ଓଡିଶା     ଭୁବନେଶ୍ୱର     ବଉଳଗାଡିଆ


ଏକ ଦଳକୁ ଭୌଗଳିକ ଏକାଗ୍ରତା (ଏକ ନଗର/ ସହର/ କିଛି ନିକଟବର୍ତ୍ତୀ ଗ୍ରାମ ଏବଂ ସେମାନଙ୍କର ମିଳିତ ଅଞ୍ଚଳ) ର ଏକକ ଉତ୍ପାଦନ କରୁଥିବା ପ୍ରାୟ ଏକାଭଳିଆ ଦ୍ରବ୍ୟ ଏବଂ ସମ୍ମୁଖୀନ ହେଉଥିବା ସାଧାରଣ ସୁଯୋଗ ଏବଂ ଭୟ ସହିତ ବର୍ଣ୍ଣନା କରାଯାଇଛି | ଏକ ନିପୁଣ ଦଳକୁ ଭୌଗଳିକ ଏକତ୍ରୀକରଣ (ପ୍ରାୟ ଗ୍ରାମ କିମ୍ୱା ସହର ମାନଙ୍କରେ) ଗୃହ ଜଡିତ ବ୍ୟାପାର ଗୁଡିକ ଉତ୍ପାଦନ କରୁଥିବା ହସ୍ତଶିଳ୍ପ ବା ହସ୍ତନିର୍ମିତ ଦ୍ରବ୍ୟ ଗୁଡିକ ସହିତ ବର୍ଣ୍ଣନା କରାଯାଇଛି | ଉଦାହରଣ ସ୍ୱରୁପ ଏହି ଉତ୍ପାଦକ ଗୁଡିକ ଗୋଟିଏ ପରମ୍ପରାଗତ ବୃତ୍ତିଗତ ଗୋଷ୍ଠୀର ଉତ୍ପାଦନ କରୁଥିବା ଦୀର୍ଘସ୍ଥାୟୀ ଦ୍ରବ୍ୟ ଗୁଡିକ ବିକାଶ ପାଇଁ ଶ୍ରେଣୀଭୁକ୍ତ ଅଟନ୍ତି | ବାସ୍ତବରେ ବହୁ ହସ୍ତଶିଳ୍ପୀମାନେ ଶତାବ୍ଦୀର ବୟସ୍କ ହସ୍ତଶିଳ୍ପୀ ଅଟନ୍ତି |

ବଉଳଗାଡିଆପୁଞ୍ଜ ବିଷୟରେ :-

ବଉଳଗାଡିଆ ପୁଞ୍ଜ ଆନ୍ଧ୍ରପ୍ରଦେଶ ପ୍ରଦେଶର ବଉଳଗାଡିଆ ଜିଲ୍ଲା ଅନ୍ତର୍ଭୁକ୍ତ |

ବଉଳଗାଡିଆ ପୁଞ୍ଜ 200ରୁ ଅଧିକ କାରିଗର ଏବଂ 10 ଗୋଟି ସ୍ୱୟଂ ସହାୟକ ଗୋଷ୍ଠୀ ସକ୍ଷମ କାର୍ଯ୍ୟକାରୀ ଦଳକୁ ନେଇ କାର୍ଯ୍ୟରତ | ଏମାନଙ୍କର ମିଳିତ ଉଦ୍ଯମ ଦିନକୁ ଦିନ ଅଧିକ ସକ୍ରିୟ ହେଉଛି|

ପଥର ଖୋଦେଇ କାରିଗରୀ :-

ପଥର ଖୋଦେଇ ଏକ ପ୍ରାଚୀନ କଳା ଏହା ମାଧ୍ଯମରେପ୍ରକୃତିଲବ୍ଧ ଆବୁଡା ଖାବୁଡା ସାଧାରଣ ପଥର ଖଣ୍ଡକୁ କାଟି ଖୋଦେଇ କରି ବିଭିନ୍ନ ଆକୃତି ପ୍ରଦାନ କରାଯାଏ | ପଥର ଦୀର୍ଘ ସ୍ଥାୟୀ ହୋଇଥାଏ, ପ୍ରାଚୀନ କାଳରେ ମଧ୍ଯ ପଥର ନିର୍ମିତ ଉପକରଣ ବ୍ୟବହାରର ଅନେକ ପ୍ରମାଣ ରହିଛି|

ପ୍ରସ୍ତର ଯୁଗର ଲୋକମାନେ ଚକମକ ପଥର ଦ୍ୱାରା ନିର୍ମିତ ହାତ ହତିଆର ସାହାଯ୍ୟରେ ପଥରକୁ ଭାଙ୍ଗି ଛୋଟଛୋଟ ଖଣ୍ଡରେ ପରିଣତ କରୁଥିଲେ | ଏହି ପ୍ରଣାଳୀକୁ "ନାଫିଙ୍ଗ" କୁହାଯାଏ | ପଥର ଖୋଦେଇ କରି ଅକ୍ଷର ଲେଖିବାକରିବା ପ୍ରଣାଳୀକୁ "ଲେଟରିଙ୍ଗ" କୁହାଯାଏ |

ପଥର ଖୋଦେଇ ମାର୍ବଲ-ପଥର କାଟିବାଠାରୁ ଭିନ୍ନ | ମାର୍ବଲ ପଥର ଖୋଳିବା ବେଳେ ଆକାର ଅନୁସାରେ ଖୋଳାଯାଏ | ସାଧାରଣତଃ ଭୂଗର୍ତ୍ତରେ ଥିବା ମାର୍ବଲ ପଥର ଖଣିରୁ ପଥର ଉତ୍ତୋଳନ କରିବା ପ୍ରକ୍ରିୟାରେ ପଥରକୁ ସାବଧାନତା ସହ ଖଣ୍ଡଖଣ୍ଡ କରି କଟାଯାଇଥାଏ|ଏହି ପଦ୍ଧତିରେ ଖଣିରୁ ମାର୍ବଲ ପଥର ଉତ୍ତୋଳନ ପ୍ରକ୍ରିୟାକୁ "କ୍ୱେରିଙ୍ଗ" କୁହାଯାଏ |

ଭାସ୍କର୍ଯ୍ୟ କ୍ଷେତ୍ରରେ ପରିକଳ୍ପିତ ଭାସ୍କର୍ଯ୍ୟ ଅନୁସାରେ ପଥର ଖୋଦେଇର ଏକ ସ୍ୱତନ୍ତ୍ର ଗୁରୁତ୍ୱ ରହିଛି| | ଭାସ୍କର୍ଯ୍ୟ ପ୍ରସ୍ତୁତି ମାଟିରେ ନମୁନା କରିବା କିଂବା ଛାଞ୍ଚରେ ଅବିକଳରୂପ ଥିବା ମୂର୍ତ୍ତୀ ଗଢିବା ଠାରୁ ଭିନ୍ନ | ରାଜମିସ୍ତ୍ରୀ ମାନେ ବିଭିନ୍ନ ପ୍ରକାରର, ଗୃହ ନିର୍ମାଣ କରିବା ସମୟରେ ପଥର ଖଣ୍ଡକୁ ନିର୍ଦ୍ଦିଷ୍ଟ ଆକାରରେ କାଟି ବ୍ୟବହାର କରନ୍ତି | ପ୍ରତ୍ନତତ୍ୱବିଦ୍, ଐତିହାସିକ, ଏବଂ ନୃତତ୍ୱବିତମାନେ ମଧ୍ୟ ଏହି ପ୍ରକ୍ରିୟାରେ ବିଭିନ୍ନ ପ୍ରକାରର ପଥର ଖୋଦେଇ କାମ ସମ୍ପନ୍ନ କରିଥାଆନ୍ତି|

କଞ୍ଚାମାଲ :-

1. କଠିନ ଆଗ୍ନେୟ ଶିଳା ବା ଗ୍ରାନାଇଟ୍

2. ନରମ ଧୁସର ଗ୍ରାନାଇଟ୍

3. ମହୀଶୁର ପଥର

4. ଧଳା ଗ୍ରାନାଇଟ୍

ପ୍ରକ୍ରିୟା :-

କଠିନ ଗ୍ରାନାଇଟ୍କୁ ନେଇ ପଥର ଶିଳ୍ପୀମାନେ କାମ ଆରମ୍ଭ କରିବା ପୂର୍ବରୁ ସେହି ପଥରରୁ କି ପ୍ରକାର କଳାକୃତି ପ୍ରସ୍ତୁତ ହୋଇପାରିବ ଅନୁଧ୍ୟାନ କରିଥାନ୍ତି। ତାପରେ ଅତି ସାବଧାନତା ସହ ନିହଣ ଓ ହାତୁଡିରେ ଆକାର ଦେବା ପ୍ରକ୍ରିୟା ଆରମ୍ଭ ହୁଏ | ଏହି ଖୋଦେଇବେଳେ ଘର୍ଷଣ ଜନିତ ଉତ୍ତାପ ସୃଷ୍ଟି ହୁଏ | ତେଣୁ ମଝିରେ ମଝିରେ ପଥର ଉପରେ ପାଣି ସିଞ୍ଚିବା ଆବଶ୍ୟକ ହୋଇଥାଏ | ତାପରେ ବାଲିକାଗଜ ବା ଫାଇଲ (ରୁହାରେ) ଘଷି ଏହାକୁ ଚିକ୍କଣ କରାଯାଏ |

ପଥର ଫଳକର ଆୟତନ ଅନୁସାରେ ମୂର୍ତ୍ତିର ଆୟତନକୁ ପ୍ରଥମେ ରେଖାଚିତ୍ର ମାଧ୍ୟମରେ ପ୍ରସ୍ତୁତ କରାଯାଏ | ଫଳରେ ଚାରିପଟେ ଅସମାନିଆ ଅଂଶକୁ ହାତୁଡିଦ୍ୱାରା ବାଡେଇ ବାହାର କରିଦିଆଯାଏ | ବଡ ବଡ ପଥର ଖଣ୍ଡକୁ ଲଂବ ଭାବରେ କାଟି ଛୋଟଛୋଟ ଫଳକରେ ପରିଣତ କରାଯାଏ | ଏହି ଫଳକରେ ଆକୃତିର ବାହ୍ୟ ରୂପରେଖ ଅଙ୍କନ କରାଯାଏ | ତାପରେ ବସ୍ତୁଟିକୁ ଫଳକରୁ କରତଦ୍ୱାରା କାଟି ଅଲଗା କରାଯାଏ | ଏହାପରେ ଫଳକଟିକୁ ନିହଣ ଏବଂ ହାତୁଡି ସାହାଯ୍ୟରେ ଖୋଳି ଇଚ୍ଛାମୁତାବକ ଆକୃତି ତିଆରି କରାଯାଏ | ଅତି ସୂଷ୍ମ ଖୋଦେଇ ପାଇଁ ମୁନିଆଁ ନିହଣର ଆବଶ୍ୟକ ହୋଇଥାଏ | ହାତୁଡି ଏବଂ ନିହଣ ସାହାଯ୍ୟରେ ଆକୃତିକୁ ଚିକ୍କଣ କରାଯାଏ | ପଥରରେ ଖୋଦେଇ କାମ ଆରମ୍ଭ କରିବା ପୂର୍ବରୁ ନିର୍ଧାରିତ ପଥରକୁ ଗରମ ପାଣିରେ ଗୋଟିଏ ରାତ୍ରି ପାଇଁ ବୁଡ଼ାଇ ରଖାଯାଏ ଏବଂ ରାସାୟନିକ ପଦାର୍ଥରେ ଧୁଆଯାଏ | ଏହାଦ୍ୱାରା ପଥର ଚିକ୍କଣ ଓ ଧଳାରଙ୍ଗର ହୋଇଯାଏ | ଶେଷରେ ଏହାକୁ ଚିକ୍କଣ କରିବାକୁ ବାଲିକାଗଜରେ ବାରଂମାର ଘଷାଯାଏ | ଖୋଦେଇ କରାଯାଇଥିବା ମୂର୍ତ୍ତିଗୁଡ଼ିକୁମଧ୍ୟ ରଙ୍ଗଦେଇ ଚିତ୍ରିତ କରାଯାଇଥାଏ |ଏଥିରେ ଦର୍ପଣ ବା ପିତ୍ତଳର ବିଭିନ୍ନ ପ୍ରକାର କଳାକୃତି ମଧ୍ୟ ଯୋଡାଯାଇଥାଏ।

ନିର୍ଦ୍ଧିଷ୍ଟ ଆକାରରେ କଟାଯାଇଥିବା ଶକ୍ତ ବା ନରମ ପଥର ଉପରେ ଏକ ରେଖାଚିତ୍ର ଅଙ୍କନ କରାଯାଏ | ରେଖାଚିତ୍ରର ଆକାର ପାଇବାକୁ ଖୋଦେଇ କରାଯିବା ପରେ ଠିକ୍‍ ରେଖାଚିତ୍ର ପାଇବାକୁ ହେଲେ ଅଦରକାରୀ ପଥରକୁ କାଟି ଫୋପାଡି ଦିଆଯାଏ | ଶକ୍ତ ପଥର ଖୋଦେଇ ବେଳେ ନିହଣ ସାହାଯ୍ୟରେ ଅଦରକାରୀ ଅଂଶକୁ କାଢ଼ି ଦିଆଯାଇଥାଏ | ମାତ୍ର ନରମ ପଥର ପାଇଁ ଗୋଟିଏ ତୀକ୍ଷ୍ଣ ଲୁହାର ଛୁରୀ ଆବଶ୍ୟକ ହୋଇଥାଏ ଏହି ଛୁରୀରେ ରାମ୍ପି ଅନାବଶ୍ୟକ ଅଂଶକୁ କାଢ଼ି ଦିଆଯାଇଥାଏ।

କୌଶଳ :-

 ଖୋଦେଇ କାର୍ଯ୍ୟ ମୁଖ୍ୟତଃ କେତୋଟି କ୍ରମାନୁଯାୟୀ ପ୍ରକ୍ରିୟାଦ୍ୱାରା ସମ୍ପନ୍ନ ହୋଇଥାଏ ଇଚ୍ଛାନୁଯାୟୀ ପଥର ବଛାଯାଇ ତା ଉପରେ ରେଖାଚିତ୍ର ଅଙ୍କନ କରାଯାଏ , ମୌଳିକଆକୃତି ପ୍ରସ୍ତୁତ କରିବାକୁଅତିରିକ୍ତ ଅଂଶକୁ ଖୋଳି କାଢିଦିଆଯାଇଥାଏ,ତାହା ପରେ ଚିତ୍ରଟିକୁ ଆକୃତି ପ୍ରଦାନ କରିବା ପାଇଁ ଆବଶ୍ଯକ ଖୋଦନ କରାଯାଇଥାଏ, ବିଭିନ୍ନ ପ୍ରକାରର କର୍ବୋନଡ୍ରମ ପଥରଦ୍ୱାରା ଏହାକୁ ଘଷା ଯାଇଥାଏ| ତାପରେ ଶେଷ ପାଲିସ କରିବା ନିମନ୍ତେ ପାଣି ଏବଂ ଖଣିଜ ଚୂର୍ଣ୍ଣବିଶେଷ କାଗଜରେ ଘଷାଯାଏ |

ମୂଖ୍ୟ କୌଶଳ ଗୁଡିକ ନିମ୍ନରେ ପ୍ରଦାନ କରାଗଲା :-

1. କାଟିବା

2. ଶାଣିତ କରିବା

3. ଘଷିବା

4. ପାଲିସ ବା ଚିକ୍କଣ କରିବା

କିପରି ପହଞ୍ଚିବ :-

ଆକାଶ ମାର୍ଗ ଦ୍ୱାରା :-

ଉଡାଣସେବା ଯୋଗାଇଦେଉଛି | ଏହାଛଡା ବହୁ ବେସରକାରୀ ବାୟୁସେବା ଆୟୋଗ ଦ୍ୱାରା ଭାରତର ବିଭିନ୍ନ ମୁଖ୍ୟ ସହର ଯଥା ଦିଲ୍ଲୀ, ଚେନ୍ନାଇ, କୋଲକତା, ବିଶାଖାପାଟଣା, ବାରଣାସୀ ଏବଂ ନାଗପୁର ସହିତ ଭୁବନେଶ୍ୱର ବାୟୁପଥରେ ସଂଯୁକ୍ତ ହୋଇଛି|

ସ୍ଥଳପଥ ଦ୍ୱାରା :-

ଜାତୀୟ ରାଜପଥ ଦ୍ୱାରା ଭୁବନେଶ୍ୱର ଭାରତର ପ୍ରାୟ ସମସ୍ତ ଅଂଚଳ ସହିତ ସଂଯୁକ୍ତ ହୋଇଛି|

ରେଳପଥଦ୍ୱାରା :-

ଭୁବନେଶ୍ୱର ଭାରତର ଅନ୍ଯାନ୍ଯ ସହରସହିତ ରେଳପଥ ଯୋଗେ ସଂଯୁକ୍ତ | ବହୁ ସଂଖ୍ୟକ ଅତ୍ୟଧିକ ଦ୍ରୁତଗାମୀ ରେଳଗାଡି ଭାରତର ମୁଖ୍ୟ ସହର ଯଥା ନୂଆଦିଲ୍ଲୀ, ଚେନ୍ନାଇ, ମୁଂବାଇ ଏବଂ ହାଇଦ୍ରାବାଦ ସହ ସଂଯୋଗ ସ୍ଥାପନ କରିବାରେ ସମର୍ଥ |








ଓଡିଶା     ଭୁବନେଶ୍ୱର     ଜନସଧନ