ଓଡିଶା     ସଂବଲପୁର     କଟକ


ଏକ ଦଳକୁ ଭୌଗଳିକ ଏକାଗ୍ରତା (ଏକ ନଗର/ ସହର/ କିଛି ନିକଟବର୍ତ୍ତୀ ଗ୍ରାମ ଏବଂ ସେମାନଙ୍କର ମିଳିତ ଅଞ୍ଚଳ) ର ଏକକ ଉତ୍ପାଦନ କରୁଥିବା ପ୍ରାୟ ଏକାଭଳିଆ ଦ୍ରବ୍ୟ ଏବଂ ସମ୍ମୁଖୀନ ହେଉଥିବା ସାଧାରଣ ସୁଯୋଗ ଏବଂ ଭୟ ସହିତ ବର୍ଣ୍ଣନା କରାଯାଇଛି | ଏକ ନିପୁଣ ଦଳକୁ ଭୌଗଳିକ ଏକତ୍ରୀକରଣ (ପ୍ରାୟ ଗ୍ରାମ କିମ୍ୱା ସହର ମାନଙ୍କରେ) ଗୃହ ଜଡିତ ବ୍ୟାପାର ଗୁଡିକ ଉତ୍ପାଦନ କରୁଥିବା ହସ୍ତଶିଳ୍ପ ବା ହସ୍ତନିର୍ମିତ ଦ୍ରବ୍ୟ ଗୁଡିକ ସହିତ ବର୍ଣ୍ଣନା କରାଯାଇଛି | ଉଦାହରଣ ସ୍ୱରୁପ ଏହି ଉତ୍ପାଦକ ଗୁଡିକ ଗୋଟିଏ ପରମ୍ପରାଗତ ବୃତ୍ତିଗତ ଗୋଷ୍ଠୀର ଉତ୍ପାଦନ କରୁଥିବା ଦୀର୍ଘସ୍ଥାୟୀ ଦ୍ରବ୍ୟ ଗୁଡିକ ବିକାଶ ପାଇଁ ଶ୍ରେଣୀଭୁକ୍ତ ଅଟନ୍ତି | ବାସ୍ତବରେ ବହୁ ହସ୍ତଶିଳ୍ପୀମାନେ ଶତାବ୍ଦୀର ବୟସ୍କ ହସ୍ତଶିଳ୍ପୀ ଅଟନ୍ତି |

କଟକ ପୁଞ୍ଜ ବିଷୟରେ :-

କଟକ ପୁଞ୍ଜ ଓଡିଶା ପ୍ରଦେଶର ଭୁବନେଶ୍ୱର ଜିଲ୍ଲା ଅନ୍ତର୍ଭୁକ୍ତ

କଟକ ପୁଞ୍ଜ 212 ଜଣରୁ ଅଧିକ କାରିଗର ଓ 16 ଟି ସ୍ୱୟଂ ସହାୟକ ଗୋଷ୍ଠୀ ସକ୍ଷମ କାର୍ଯ୍ୟକାରୀ ଦଳକୁ ନେଇ କାର୍ଯ୍ୟରତ | ଏମାନଙ୍କର ସହଯୋଗ ଦିନକୁ ଦିନ ଅଧିକ ସଫଳତା ଆଣିଦେଉଛି|

ଅଳଙ୍କାର :-

ଓଡିଶାର ଉପଜାତୀୟ ଅଳଙ୍କାରକାରିଗରୀ ଏବଂ ରୂପାର ତାରକାସି କାମ ଯୁଗଯୁଗ  ଧରି ସ୍ୱତନ୍ତ୍ରତା ବଜାୟ ରଖିଛି | କଟକ ତାରକସି କାମ ପାଇଁ ଓଡିଶାର କେନ୍ଦ୍ରସ୍ଥଳ ରୂପେ ଆଦୃତି ଲାଭ କରିଛି | ଏହି ପ୍ରକାର ରୂପାର ସୂକ୍ଷ୍ମକଳା ଓଡିଶାରୁ ଉତ୍ପତି ଲାଭ କରି ବିଭିନ୍ନ ପ୍ରାନ୍ତକୁ ବିସ୍ତାରିତ ହେଲାଣି |ରୂପାକୁ ପର୍ଯ୍ୟାୟକ୍ରମେ ଧାରାଭିତ୍ତିକ ଭାବେ ସରୁ କଣାରେ ଟଣାଯାଇ ସୂକ୍ଷ୍ମ ତାରରେ ପରିଣତ କରାଯାଏ | ସେହି ରୁପାତାରକୁ ନେଇ ବିଭିନ୍ନ ଆକାରର ଇଚ୍ଛାମୁତାବକ ନମୁନା ତିଆରି କରାଯାଏ | ପାରମ୍ପରିକ ଭାବେ ଏହି ପ୍ରଣାଳୀରେ ପ୍ରସ୍ତୁତ ଗହଣାଗୁଡିକ ମଧ୍ୟରେ ବାହୁବନ୍ଧ, ହାର, ନାକଫୁଲ, କାନଫୁଲ ଏବଂ ପାଉଁଜି ଅନ୍ୟତମ | ଅତ୍ୟାଧୁନିକ କାରିଗରମାନେ ବର୍ତ୍ତମାନ କାନଫୁଲ, ମୁଣ୍ଡକଣ୍ଟା, ଚୁଡି ଏବଂ ପରିଧାନ ଉପରେ ଫୋଡି ପିନ୍ଧାଯିବା ଆଲପିନ ଜାତୀୟ ଅଳଙ୍କାର ତିଆରିରେ ସିଦ୍ଧହସ୍ତ | ଏହାଛଡା ଆବଶ୍ୟକୀୟ ପଦାର୍ଥ ଯଥା ଟ୍ରେ, କପ, ପ୍ଲେଟ, ଗିନା, ସିଗାରେଟ,ପାଉଁଶଟ୍ରେ, ମହମବତୀ ଷ୍ଟାଣ୍ଡ, ସିନ୍ଦୁରଡବା, ଅତର ଦାନୀ, ବିଭିନ୍ନ ପଶୁ, ପକ୍ଷୀ, ଫୁଲ, ମୟୁର, ରଥ ଏବଂ ମହିଳାଙ୍କ ଭ୍ୟାନିଟିବ୍ୟାଗ ମଧ୍ୟ ତିଆରି କରିବାରେ ନିଜର ନିପୁଣତା ପ୍ରକାଶ କରୁଛନ୍ତି ||

ଜନସାଧାରଣଙ୍କ ବ୍ୟବହାର ନିମିତ୍ତ ସବୁଠାରୁ ଉତ୍କୃଷ୍ଟ ଗଠନ ଶୈଳୀ ନାକଫୁଲରେ ଦେଖାଯାଏ | ଏହା ତାରକସି, ଛାଞ୍ଚରେ ଢଳାକାମ ଏବଂ ଦାନା ବା କଣିକାରେ ପରିଣତ କରିବା କାମ ତିନୋଟିର ମିଶ୍ରଣ ଫଳରେ ସମ୍ଭବ ହୋଇଥାଏ | ମୟୁର ପକ୍ଷୀ ନାମକ କାମରେ ଏକ ମୟୁର ପୁଚ୍ଛ ପ୍ରସାରିତ କରି ନୃତ୍ୟ ଭଙ୍ଗୀରେ ଠିଆହେବା ଅତି ଚମତ୍କାର ଶିଳ୍ପକଳାର ନିଦର୍ଶନ | ଏହା ସର୍ବଜନ ଆଦୃତ | ଏଠାକାର କାରିଗର ମାନଙ୍କ ଦ୍ୱାରା ନିର୍ମିତ ବାଜୁବନ୍ଧ ଏନ୍ୟ ଏକ ଆକର୍ଷଣୀୟ କଳାକୃତିର ମାନ୍ୟତା ଲାଭ କରିଛି | କେତେଗୁଡିଏ ଫୁଲର ନକସାକୁ ତାର  ଦ୍ୱାରା ଯୋଡାଯାଇ ଏହାକୁ ଆକର୍ଷଣୀୟ କରାଯାଇଥାଏ |

ବିଭିନ୍ନ ରଙ୍ଗରେ ମିଳୁଥିବା ହାଡର ଗହଣା ବିଦେଶର ମହାବିଦ୍ୟାଳୟକୁ ଯାଉଥିବା ଯୁବତୀଙ୍କ ନିକଟରେ ବିଶେଷ ଭାବରେ ଆଦୃତ ହୋଇଥାଏ | ଗହଣାସବୁ ବିଭିନ୍ନ ରଙ୍ଗର ବିଭିନ୍ନ ପ୍ରକାରର ହୋଇଥିବା ବେଳେ ଅତି ଆକର୍ଷଣୀୟ ହୋଇଥାଏ | ତେଣୁ ବିଦେଶୀ କ୍ରେତାଙ୍କୁ ସମ୍ମୋହିତ କରିଥାଏ | ଏହିସବୁ ଗହଣା ପଶୁମାନଙ୍କର ହାଡ ଏବଂ ଶିଙ୍ଘରୁ ପ୍ରସ୍ତୁତ ହୋଇଥାଏ | ମନୋଜ ନାମଧାରୀ ଜଣେ ହାଡଗହଣା ବ୍ୟବସାୟୀ କୁହନ୍ତି "ଆମେ ବିଭିନ୍ନ ପ୍ରକାରର ରଙ୍ଗର ହାଡର ନିର୍ମିତ ଗହଣାକୁ ବିକି ପ୍ରଚୁର ଲାଭ ପାଉ | ଆମେ ଯେ କୌଣସି ପ୍ରକାର ଗହଣା ତିଆରି କରି ସେଥିରେ ବିଭିନ୍ନ ପ୍ରକାରର ରଙ୍ଗ ଦେଇଦେଲେ ଏହା ଆକର୍ଷଣୀୟ ହୋଇଥାଏ | ବିଭିନ୍ନ ପ୍ରକାର ରଙ୍ଗର ସମିଶ୍ରଣରେ ତିଆରି ଗହଣା ଆନ୍ତର୍ଜାତୀୟ ସ୍ତରର କ୍ରେତାଙ୍କୁ ଆକର୍ଷିତ କରିଥାଏ | ସେମାନେ ସେମାନଙ୍କର ପୋଷାକର ରଙ୍ଗ ସଙ୍ଗେ ଖାପ ଖାଇଲା ଭଳି ଗହଣା କ୍ରୟ କରିଥାନ୍ତି |"(ଏଏନଆଇ)

କଞ୍ଚାମାଲ :-

ବିଭିନ୍ନ ପ୍ରକାରର ଗହଣା ତିଆରି କରିବା ନିମିତ୍ତ ଆବଶ୍ଯକ ମୌଳିକ କଞ୍ଚାମାଲ ହେଉଛି:

ମୌଳିକ କଞ୍ଚାମାଲ :- ବିଭିନ୍ନ ପ୍ରକାରର ଶାମୁକା, ଲାଖ, ଶଙ୍ଖ, ଲୁହା ବା ତଂବାରେ ନିର୍ମିତ ଚୁଡି, ରୁପା, ତଂବା, ମୂଳ ଧାତୁ, ଫୁଲଗହଣା, ରୂପା, ତଂବା, ସୁନା, କ୍ଷାର, କୋଇଲା, ଜଉ, କିରାସିନି ଲ୍ୟାମ୍ପ, ଆଲୁମିନିୟମ ଧାତୁ, କାଠର ପଟା, ହାତୁଡି, ବଟାଳି, ଲିପିକର, ଚାଞ୍ଛିବା ଯନ୍ତ୍ର, ତାର କାଟିବା କତୁରୀ, ଲୁହା ଓ ବ୍ରୋଞ୍ଜର ରଙ୍ଗ, ରଙ୍ଗୀନ ମୁକ୍ତା, ରେଶମ ସୂତା, ମାଳି, ରଙ୍ଗ ଇତ୍ୟାଦି |

ସଜେଇବା ଉପକରଣ : କାଚର ମାଳି, ଧାତୁ ମାଳି ଏବଂ କଳା ମାଳି ଇତ୍ୟାଦି |

ରଙ୍ଗେଇବା ଉପକରଣ : ସୋଡିୟମ ସଲଫେଟ, ଆଲମ  ସଲ୍ଟ, ଗନ୍ଧକାମ୍ଳ, ରଙ୍ଗ, ଅଠା, ବାର୍ଣ୍ଣିସ, ଏନାମେଲ ରଙ୍ଗ ଇତ୍ୟାଦି  |

ପ୍ରକ୍ରିୟା :-

ଗହଣା ତିଆରି ପାଇଁ ଅତ୍ୟାବଶ୍ୟକ ଉଦ୍‍ଭାବନ ବହୁ ଚିନ୍ତାକରି କରାଯାଇଛି | ଅଳଙ୍କାର ପ୍ରସ୍ତୁତି ନିମ୍ନ ଲିଖିତ ପର୍ଯ୍ୟାୟରେ ସଂପାଦିତ ହୋଇଥାଏ:

a. କମ୍ପ୍ୟୁଟରରୁ ପ୍ରସ୍ତୁତ ଚିତ୍ରର ଏକ ଫଟୋ ନେଗେଟିଭର ପ୍ରସ୍ତୁତି |

b. ନେଗେଟିଭକୁ ଫଟୋ ପଲିମେରିଜେବଲ ରେଶିନ ଉପରେ ଦୃଢ ଭାବରେ ଅଚ୍ଛାଦିତ କରାଯିବ |

c. ଅଲଟ୍ରାଭଓଲେଟ ରଶ୍ମି  ଦ୍ୱାରା ଘୋଡାଯାଇନଥିବା ରେଶିନକୁ ପ୍ରଭାମୟ କରିବା |

d. ପଲିମେରାଇଜଡ୍‍ ହୋଇନଥିବା ରେଶିନକୁ ଫଟୋ ପଲିମରରୁ ଅଲଗା କରିବା | ଏଥିପାଇଁ ଜଳକୁ ଧୋଇବାପାଇଁ ବ୍ୟବହାର କରାଯାଏ, ଏହାଦ୍ୱାରା ତିନିକୋଣିଆ ପଜେଟିଭ ଆକୃତିର ବସ୍ତୁତ ନକ୍‍ସା ଅଙ୍କନ |

e. ତାପରେ ଖୋଦିତ ରେଶିନ ପ୍ଲେଟକୁ ଗୋଟିଏ ପାତ୍ରରେ ରଖି ଟୁଲିଙ୍ଗ ରେଶିନ ଢଳାଯାଏ | ଏହାଦ୍ୱାରା ଯେଉଁ ଗହଣାର ନକ୍ସା ତିଆରି କରିବାର ଥିବ, ତାହାର ଏକ ଅସ୍ପଷ୍ଟ ପ୍ରତିକୃତି ସୃଷ୍ଟି ହେବ |

f. ଟୁଲିଙ୍ଗ ରେଶିନ ପ୍ଲଗକୁ ଖାଲିଥିବା ଏକ ଗହଣା ମୋଲଡରେ ଭର୍ତ୍ତି କରିବାକୁ ପଡିବ | ଏହାଦ୍ୱାରା ଏକ ସମ୍ପୂର୍ଣ୍ଣ ଗହଣା ମୋଲଡ ପ୍ରସ୍ତୁତ ହେବ |

g. ସମ୍ପୂର୍ଣ୍ଣ ମୋଲଡକୁ ପ୍ଲାଷ୍ଟିକ ଦ୍ୱାରା ଘଷାଯାଏ | ଏହାଦ୍ୱାରା ଗହଣାର ପ୍ଲାଷ୍ଟିକ ମଡେଲ ତିଆରି କରାଯାଇପାରିବ |

h. ପ୍ଲାଷ୍ଟିକ ମଡେଲକୁ ବ୍ୟବହାର କରି "ଲଷ୍ଟ ୱାକ୍‍ସ" କାଷ୍ଟିଙ୍ଗ ପ୍ରଣାଳୀ  ଦ୍ୱାରା ଏକ ସମ୍ପୂର୍ଣ୍ଣ ଗହଣାର ଆକୃତି ପ୍ରକାଶ ପାଇବ |

କୌଶଳ :-

ଜାଲିକାମ ଏକ ପ୍ରକ୍ରିୟା ଯାହାଦ୍ୱାରା ଧାତୁକୁ ଟଣାଯାଇ ଖାଲ ଢିପପରି ଆକାର କରି ଏକ ଅନନ୍ୟ ଗହଣା ଗଠନ କରାଯାଏ | ଖାଣ୍ଟି ରୂପାକୁ ବାରଂବାର ଉତ୍ତପ୍ତ କରି (ତାର ତରଳ ଅବସ୍ଥା ଠାରୁ କମ୍‍ ଉତ୍ତାପରେ ) ପରେ ଅତ୍ୟଧିକ ତାପ ପ୍ରୟୋଗ କରି ତରଳ ଅବସ୍ଥାକୁ ଅଣାଯାଏ ଯେତେବେଳେ ଏହା ପଦ୍ମପତ୍ରରେ ଜଳବିନ୍ଦୁ ଭାସିଲା ପରି ଦେଖାଯିବ | ରୂପା ଓ ସୁନାକୁ ଝଳେଇବା ପାଇଁ ଦୁଇମୁଣ୍ଡକୁ ଏକତ୍ର କରି ତରଳିବା ଯାଏଁ ଗରମ କରାଯାଏ | ଥଣ୍ଡା ହେଲେ ଯୋଡି ହୋଇଯାଏ | ଧାତୁ ଦ୍ରବ୍ୟ ଝାଳିବାପାଇଁ ଆବଶ୍ୟକ ପଦାର୍ଥ ଆବଶ୍ୟକ ହୁଏନାହିଁ| ଜାପାନରେ ମୋକୁମ-ଗେନର ଅର୍ଥ କାଠ ଗୁଣ୍ଡ ଧାତୁ | ଖାଣ୍ଟି ରୂପା ଏବଂ ତଂବାର ସ୍ତରକୁ ପର୍ଯ୍ୟାୟକ୍ରମେ ବଦଳାଇ ବା ଖାଣ୍ଟିରୂପା ଏବଂ 22 କ୍ୟାରେଟ ସୁନାକୁ ଏକତ୍ର ଯୋଡାଯାଇ ପାରେ |ନମୁନା ତିଆରି କରିବାକୁ ଉପରିଭାଗକୁ ବାଡେଇ ବାଡେଇ ଏବଂ ତା'ପରେ ଫାଇଲ  ଦ୍ୱାରା ଘଷି ନମୁନା ପ୍ରସ୍ତୁତ କରାଯାଏ | ଅନିୟମିତ ନମୁନାର ସ୍ତର ପଛରେ ଶକ୍ତ ଏସ.ଟି.ଜି ରୂପା ଥାଏ | କୌଣସି ଦୁଇଟି ଖଣ୍ଡ ସମ୍ପୂର୍ଣ୍ଣ ଭାବେ ଏକାପରି ନୁହେଁ | ଟିଟାନିୟମ ଉପରେ ଟିଟାନିୟମ ରଙ୍ଗ ପ୍ରସ୍ତୁତ କରିବାପାଇଁ ଗୋଟିଏ ଅକ୍‍ସାଇଡ ସ୍ତର  ଦ୍ୱାରା ଧାତୁକୁ ଏକ ନିର୍ଦ୍ଦିଷ୍ଟ ତାପମାତ୍ରାରେ ବିଶ୍ଳେଷଣ  କରାଯାଏ | ଏହି ସ୍ତର ସବୁ ଆଲୋକକୁ ବିଭିନ୍ନ ରଙ୍ଗରେ ପ୍ରତିସରିତ କରନ୍ତି | ଏହା ଆଖିକୁ ଇନ୍ଦ୍ରଧନୁର ସପ୍ତରଙ୍ଗ ପରି ପ୍ରତିଭାତ ହୁଏ | ଏହି ରଙ୍ଗେଇବା ପ୍ରଣାଳୀ ଅତି ଉନ୍ନତତ୍ତର | ସିବୁଇଚି ଏକ ମିଶ୍ର ଧାତୁ ଯେଉଁଥିରେ ସୂକ୍ଷ୍ମ ରୂପା ଏବଂ ତଂବା ମିଶିକରି ଥାଏ | ଚୀନରେ ହାନ ବଂଶର ରାଜୁତି ସମୟରେ ଏହି ମିଶ୍ରଧାତୁର ପ୍ରଥମ ପ୍ରଚଳନ ହୋଇଥିଲା | ପାରମ୍ପରିକ  ମାଓରୀ, ଜୀବନ ଓ ପ୍ରଗତିର ସଂକେତ ବହନ କରେ, କୋରୁ ନମୁନା ଏହା ଦ୍ୱାରା ପ୍ରଭାବିତ| ଏହା ଏକ ପୁଷ୍ପହୀନ ଉଦ୍ଭିଦ ବା କ୍ଅଁଳ ଫର୍ଣ,ଏହା ଶାନ୍ତି, ମୈତ୍ରୀ ଏବଂ ନୂତନତାର ଆରମ୍ଭର  ପ୍ରତୀକ ବହନ କରେ|

କିପରି ପହଞ୍ଚିବ :-

ଭୁବନେଶ୍ୱରରେ ଅବସ୍ଥିତ ବିଜୁ ପଟ୍ଟନାୟକ ବିମାନଘାଟୀ କଟକର ନିକଟତ୍ତମ ବିମାନଘାଟୀ| କଟକର ମଧ୍ୟସ୍ଥଳଠାରୁ ଏହାର ଦୂରୁତ୍ୱ ମାତ୍ର 25 କି.ମି | ଏହି ବିମାନଘାଟୀ ଭାରତର ପ୍ରମୁଖ ସହର ଯଥା ଦିଲ୍ଲୀ, ମୁଂବାଇ, କୋଲକତା, ଚେନ୍ନାଇ, ବିଶାଖାପାଟଣା ଏବଂ ହାଇଦ୍ରାବାଦ ସହ ସୁସଂଯୋଗ ସ୍ଥାପନ କରିପାରେ | କଟକ ଠାରୁ ବିମାନଘାଟୀକୁ ଯିବାକୁ 300 ଟଙ୍କା ଟାକ୍ସିଭଡା ଲାଗେ | ସରକାରୀ ବସ୍‍ ଯୋଗେ କଟକର ଦୂରତ୍ୱ 25  କି.ମି ଏବଂ ପୁରୀଠାରୁ ଏହାର ଦୂରତ୍ୱ 90 କି.ମି ଅଟେ | କଟକ ଠାରୁ ଭୁବନେଶ୍ୱର ଯିବାକୁ ସିଟ୍‍ ପିଛା 50 ଟଙ୍କା ଏବଂ ପୁରୀକୁ 200 ଟଙ୍କା ପଣ୍ୟଶୁଳ୍କ ଦେବାକୁ ପଡେ | ସୌଖୀନ ବସ ସେବା ମଧ୍ୟ କଟକରୁ ଅନ୍ୟାନ୍ୟ ସହରକୁ ଉପଲବ୍ଧ | କଟକ ରେଳଷ୍ଟେସନ ଚେନ୍ନାଇ- କୋଲକତା ରେଳପଥ ମଧ୍ୟରେ ଅବସ୍ଥିତ | ଏହି ରେଳଷ୍ଟେସନରେ ଓଡିଶାର ବିଭିନ୍ନ ସହରକୁ ଯାତାୟତ କରିବାର ସୁବିଧା ରହିଛି |








ଓଡିଶା     ସଂବଲପୁର     ଅନ୍େଷା ଉପଜାତି କଳା ଓ ଶିଳ୍ପ ଚାତୁରୀ