ଓଡିଶା     ଢେଙ୍କାନାଳ     ଢୋକ୍ରା


ଏକ ଦଳକୁ ଭୌଗଳିକ ଏକାଗ୍ରତା (ଏକ ନଗର/ ସହର/ କିଛି ନିକଟବର୍ତ୍ତୀ ଗ୍ରାମ ଏବଂ ସେମାନଙ୍କର ମିଳିତ ଅଞ୍ଚଳ) ର ଏକକ ଉତ୍ପାଦନ କରୁଥିବା ପ୍ରାୟ ଏକାଭଳିଆ ଦ୍ରବ୍ୟ ଏବଂ ସମ୍ମୁଖୀନ ହେଉଥିବା ସାଧାରଣ ସୁଯୋଗ ଏବଂ ଭୟ ସହିତ ବର୍ଣ୍ଣନା କରାଯାଇଛି | ଏକ ନିପୁଣ ଦଳକୁ ଭୌଗଳିକ ଏକତ୍ରୀକରଣ (ପ୍ରାୟ ଗ୍ରାମ କିମ୍ୱା ସହର ମାନଙ୍କରେ) ଗୃହ ଜଡିତ ବ୍ୟାପାର ଗୁଡିକ ଉତ୍ପାଦନ କରୁଥିବା ହସ୍ତଶିଳ୍ପ ବା ହସ୍ତନିର୍ମିତ ଦ୍ରବ୍ୟ ଗୁଡିକ ସହିତ ବର୍ଣ୍ଣନା କରାଯାଇଛି | ଉଦାହରଣ ସ୍ୱରୁପ ଏହି ଉତ୍ପାଦକ ଗୁଡିକ ଗୋଟିଏ ପରମ୍ପରାଗତ ବୃତ୍ତିଗତ ଗୋଷ୍ଠୀର ଉତ୍ପାଦନ କରୁଥିବା ଦୀର୍ଘସ୍ଥାୟୀ ଦ୍ରବ୍ୟ ଗୁଡିକ ବିକାଶ ପାଇଁ ଶ୍ରେଣୀଭୁକ୍ତ ଅଟନ୍ତି | ବାସ୍ତବରେ ବହୁ ହସ୍ତଶିଳ୍ପୀମାନେ ଶତାବ୍ଦୀର ବୟସ୍କ ହସ୍ତଶିଳ୍ପୀ ଅଟନ୍ତି |

ଢୋକ୍ରା ପୁଞ୍ଜ ବିଷୟରେ :-

ଢୋକ୍ରା ପୁଞ୍ଜ ଓଡିଶା ପ୍ରଦେଶର ଢେଙ୍କାନାଳ ଜିଲ୍ଲା ଅନ୍ତର୍ଭୁକ୍ତ |

ଢୋକ୍ରା ପୁଞ୍ଜ 400 କାରିଗର ଏବଂ 10ଟି ସ୍ୱୟଂ ସହାୟକ ଗୋଷ୍ଠୀ ସକ୍ଷମ କାର୍ଯ୍ୟକାରୀ ଦଳକୁ ନେଇ କାର୍ଯ୍ୟରତ | ଏମାନଙ୍କ ମିଳିତ ଉଦ୍ୟମରେ ଲାଭ ବା ଉପାର୍ଜନ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି |

ଟେରାକୋଟ୍ଟା:-

ଏହି କାର୍ଯ୍ୟ ଗିରିଜନଜାତି ଲୋକମାନଙ୍କର ପୁରୁଷାନୁକ୍ରମିକ ପ୍ରଚଳିତ କାର୍ଯ୍ୟ | ସେମାନେ ସେମାନଙ୍କର ଦକ୍ଷତା ଅନୁସାରେ ଏକ ସ୍ୱତନ୍ତ୍ର ପ୍ରକାର ମାଟିରେ ବିଭିନ୍ନ ପ୍ରକାର ନକ୍‍ସା ତିଆରି କରନ୍ତି | ତନ୍ମଧ୍ୟରୁ ଛାତ ଛପର ପାଇଁ ଟାଇଲ, ବିଭିନ୍ନ ପ୍ରକାର ଗୃହପାଇଁ ବ୍ୟବହୃତ ବାସନକୁସନ ଯଥା ପ୍ଲେଟ, ମାଟିର ଚାହା କପ, ଜାର୍ ଏବଂ ରୋଷେଇ ପାଇଁ ଯାବତୀୟ ସାମଗ୍ରୀ ଏହାର ଅନ୍ତର୍ଭୁକ୍ତ | କାରିଗରମାନେ ବିଭିନ୍ନ ପ୍ରକାରର ଜିନିଷର ନକ୍ସା ପ୍ରସ୍ତୁତ କରି ଆକର୍ଷଣୀୟ ରଙ୍ଗ ଦେଇ ଏହାକୁ ସମ୍ପୂର୍ଣ୍ଣ କରନ୍ତି | ସାଧାରଣତଃ ବହୁତ କ୍ଷେତ୍ରରେ ସେମାନେ ସାମଗ୍ରୀଗୁଡିକୁ ପ୍ରାକୃତିକ ଟେରାକୋଟ୍ଟା ରଙ୍ଗରେର ଖିଥାଆନ୍ତି| ଏହା ଖୁବ୍ ଳୋଭନୀୟ ମନେହୁଏ | ଷଣ୍ଢ, ହାତୀ ଓ ଘୋଡାପରି ପଶୁଙ୍କର ପ୍ରତିକୃତିକୁ ସେମାନେ ସ୍ୱଭାବିକ ଭାବେ ଦୃଢ ଓ ସୁପରିପାଟୀଯୁକ୍ତ କରିଥାନ୍ତି |

ଭାରତ ବହୁ ପ୍ରାଚୀନ କାଳରୁ ପାରମ୍ପରିକ ମାଟିକାମ ଓ ଟେରାକୋଟ୍ଟା ପାଇଁ ପ୍ରସିଦ୍ଧି ଲାଭ କରିଛି | ପାଞ୍ଚହଜାର ବର୍ଷ ପୂର୍ବରୁ ମାଟିକାମର ଲୋକପ୍ରିୟତା ସୁଦୂର ପ୍ରସାରୀ | ଟେରାକୋଟ୍ଟା ମାଟିକାମକୁ, ଏହାର ଆକର୍ଷଣୀୟ ଆକୃତି ଓ ରଂଗ ଯୋଗୁଁ ହସ୍ତଶିଳ୍ପର  ସଂଗୀତ ଭାବରେ ଅଭିହିତ କରାଯାଏ ବିଭିନ୍ନ ପ୍ରକାର ମାଟିର ଜିନିଷ ଯଥା ଲ୍ୟାମ୍ପ, କଳସୀ, ଫୁଲଦାନୀ, ପାତ୍ର, ବାଦ୍ଯଯନ୍ତ୍ର, ମହମବତୀ ଷ୍ଟାଣ୍ଡ ପ୍ରଭୃତି ପ୍ରସ୍ତୁତ କରାଯାଇଥାଏ |

କଞ୍ଚାମାଲ :-

ପ୍ରାଥମିକ ବ୍ୟବହାର ସାମଗ୍ରୀ :- ମାଟି/କାଦୁଅ, ସୋରିଷ ତେଲ, କୁମ୍ଭାର ଚକ,ଅଠା, ମଣ୍ଡ, ଡାଳପତ୍ର, ଶୁଖିଲା ଗଛଡାଳ, ପତ୍ର, ଜାଳେଣି କାଠ, ନଡା, ନାଲିମାଟି, କଳାମାଟି, ବିଲମାଟି, ହଳଦିଆ ମାଟି, ବିଭିନ୍ନ ପ୍ରକାର ମାଟି (ମାଟି/କାଦୁଅ), ଖାଇବାଯୋଗ୍ୟ ଅଠା, ମଣ୍ଡ, ମାଟି, ମହମ |

ସଜେଇବା ପାଇଁ ଆବଶ୍ଯକ ସାମଗ୍ରୀ :- ପାଉଁଶ, ବାଲି, ଗୋବର, କୁଣ୍ଡା, ମାଟି, ବାଲି, ଓଦା କନା, କାଠର ହାତୁଡି, ଚିରେଇ କାଠପଟା, ଗୋଲାକାର ବେଦୀ, ପ୍ଲାଷ୍ଟିକ କର୍ଦ୍ଦମାକ୍ତ ମାଟି, ସୋରିଷ ତେଲ, କୁମ୍ଭାର ଚକ, ଖାଇବା ଯୋଗ୍ୟ ଅଠା, ମଣ୍ଡ, ସ୍ଫଟିକବତ୍‍ ଖଣିଜ ଧାତୁ, କାଦୁଅ, ମହମ ଇତ୍ୟାଦି |

ପ୍ରକ୍ରିୟା :-

ଯେ କୌଣସି ପ୍ରକାର ଆକୃତି ଗଢିବାକୁ ହେଲେ କୁମ୍ଭାର ଚକରେ ବୁଲାଇବାକୁ ହୁଏ | କେତେକ ଅଂଶ ଯଥା ହ୍ୟାଣ୍ଡେଲ ବା ମୁହଁକୁ ସେହିପରି ଛାଡି ଦିଆଯାଏ | ସେଗୁଡିକୁ ପୃଥକ ଭାବରେ ଗଢାଯାଇ ଶରୀରର ମୁଖ୍ୟ ଅଂଶରେ ଯୋଡାଯାଏ | ତାପରେ ଏଥିରେ ଗାରକାଟି ବିଭିନ୍ନ ପ୍ରକାରର ଆକୃତି  ଗଢାଯାଇ ସଜ୍ଜିତ କରାଯାଏ |

ପାଉଁଶ ଏବଂ ବାଲିର ଚକଟାକୁ ଗୋଡରେ ଦଳାଯାଏ ଏବଂ ସଂଗ୍ରହ କରି ଯନ୍ତ୍ର ଦ୍ୱାରା କଟାଯାଏ | ତା'ପରେ ଏହାକୁ ହାତରେ ଭଲକରି ଦଳାଯାଏ, ପିଢା ଉପରେ ରଖି ଟାଣ ଜିନିଷ ଥିଲେ କାଢିଦିଆଯାଏ ଏବଂ ଗୁଳାକରି ରଖାଯାଏ | ବର୍ତ୍ତମାନ ଏହି ମାଟିକୁ ଚକ ଉପରେ ରଖି ବିଭିନ୍ନ ଆକୃତିର ଜିନିଷ ଗଢିହୁଏ | ଗୋଟିଏ କୁମ୍ଭାର ଚକ ଏକ ଶକ୍ତ କାଠର କିଳା ବା ଏକ ଲୁହାର କିଳା ଯାହାକି ଚକ୍ରର କେନ୍ଦ୍ର ବିନ୍ଦୁ ଅଟେ | ତାହା ଏକ ଚକ୍ରାକାର ଟେବୁଲ ପରି କିଳା ଚାରିପଟେ ଘୁରେ | ଗୋଟିଏ କାଠର କିଳାଲଂବ ଭାବରେ ଚକର ପରିଧିରେ ଗୋଟିଏ କଣାକରି ଯୋଡାଯାଏ | କୁମ୍ଭାର ଚକଟା ଯାଇଥିବା ମାଟିଗୁଳାକୁ ଚକର ଠିକ୍‍ ମଧ୍ୟଭାଗରେ ରଖି ଚକର ପରିଧିରେ ଖଞ୍ଜା ଯାଇଥିବା କିଳାକୁ ହାତରେ ଧରି ଚକକୁ ଜୋରରେ ଘୁରାଏ | କେନ୍ଦ୍ରାଭିସାରୀ ବଳ ଯୋଗୁଁ ମାଟିଗୁଳାଟି ବାହାରପଟକୁ ତଥା ଉପରକୁ ଟାଣିହୋଇଯାଏ ଏବଂ ପାତ୍ର ଆକାରର ଆକୃତି ସୃଷ୍ଟିକରେ | ଏହାପରେ ଏହାକୁ ଏକ ରଶି  ଦ୍ୱାରା କଟାଯାଇ ବାହାର କରାଯାଏ |

ଏହାପରେ ଏହାକୁ ଶୁଖାଇ ସାରିବା ପରେ କୁମ୍ଭାର ଚୁଲିରେ ପୋଡାଯାଏ | ମାଟିରେ ତିଆରି ପଦାର୍ଥସବୁ ପୋଡା ସରିଲା ପରେ ଏହା ଟେରାକୋଟ୍ଟାରେ ପରିଣତ ହୁଏ | ନିର୍ମିତ ପାତ୍ରଗୁଡିକ ସାଧାରଣତଃ ଖୋଳାଯାଇଥିବା ଚୁଲିରେ ଅତିକମ୍‍ରେ 700 ରୁ 800 ଡିଗ୍ରୀ ସେଲସିୟସ ତାପମାତ୍ରାରେ ଅତିକମ୍ ଖର୍ଚ୍ଚରେ ଦକ୍ଷତାର ସହିତ ଉପଯୁକ୍ତ ଭାବେ ପୋଡାଯାଏ | ପାତ୍ର ଗୁଡିକୁ ଧାଡିକି ଧାଡି ରଖାଯାଏ,ସ୍ତରରେ ପତ୍ର, ଡାଳ ଏବଂ ଘଷି (ଗୋବରରେ ତିଆରି ଶୁଖିଲା ଗୋଲା )ମଝିରେ ମଝିରେ ଦିଆଯାଇଥାଏ | ତାପରେ କୃତ୍ରିମ ପାହାଡଟିକୁ କୁଟା ବା ପାଳ   ଦ୍ୱାରା କମଳ ପରି ଘୋଡେଇ ଦିଆଯାଏ ଏବଂ ତାପରେ ପଟୁ ମାଟି ଦ୍ୱାରା ଘୋଡେଇ ଦିଆଯାଏ | ଚାରିପାଞ୍ଚ ଘଣ୍ଟା ଯାଏଁ ଏହାକୁ ପୋଡାଯାଏ |

କଳା, ନାଲି ଏବଂ ହଳଦିଆ ମାଟି ଟେରାକୋଟ୍ଟାର ବିଭିନ୍ନ ଉପକରଣ ତିଆରି ପାଇଁ ବ୍ୟବହାର କରାଯାଏ | ଏହାକୁ ଛୋଟ ଛୋଟ ଖଣ୍ଡ ଆକାରେ ରାଜସ୍ଥାନ ଏବଂ ଦିଲ୍ଲୀରୁ ଏହା ସଂଗ୍ରହ କରାଯାଏ | ସଂଗୃହିତ ଉପାଦାନଗୁଡିକୁ ଭଲକରି ମିଶାଯାଏ ଏବଂ ସେଥିରେ ଥିବା ଜଳୀୟ ଅଂଶକୁ ସମ୍ପୂର୍ଣ୍ଣଭାବେ କମାଇବା ପାଇଁ ଉତପ୍ତ ସୂର୍ଯ୍ୟାଲୋକରେ ଶୁଖାଯାଏ | ତା'ପରେ ମିଶ୍ରିତ ମାଟିକୁ କ୍ଷୁଦ୍ର ରନ୍ଧ୍ରଥିବା ଚାଲୁଣିରେ ଚଲାଯାଇ ଛୋଟଛୋଟ ଗୋଡିକୁ ଅଲଗାକରି ଫୋପାଡି ଦିଆଯାଏ | ନିଜ ହାତରେ ତାକୁ ବିଭିନ୍ନ ଆକୃତି ଦେଇସାରିବା ପରେ ଉନ୍ନତ ଚୁଲା ବା ଭାଟିରେ ଗୋବରରୁ ପ୍ରସ୍ତୁତ ଶୁଖିଲା ଘଷି, କାଠ ଏବଂ କାଠଗୁଣ୍ଡ ଇତ୍ୟାଦି ଦେଇ ପୋଡାଯାଏ |

ପାଉଁଶ ଏବଂ ବାଲି ସହ ମାଟିର ମିଶ୍ରଣକୁ ପ୍ରଥମେ ଗୋଡରେ ଦଳାଯାଏ, ତାପରେ ଏହାକୁ ପିଢା ଉପରେ ରଖି ହାତରେ ଦଳାଯାଇ ଗୁଳା କରାଯାଏ | ଏଥିରେ ଥିବା ଟାଣ ଗୋଡି, ମାଟି, ପଥର ଏବଂ କାଠିକୁଟା ବାଛି ବାହାର କରିଦିଆଯାଏ | ବର୍ତ୍ତମାନ ପ୍ରସ୍ତୁତ ମାଟିଗୁଳାକୁ କୁମ୍ଭାର ଚକରେ ରଖି ବିଭିନ୍ନ ଆକୃତିର ଉପକରଣ ତିଆରି କରାଯାଏ | ଗୋଟିଏ କୁମ୍ଭାର ଚକରେ କେତୋଟି କୋମଳ କାଠି ଥାଏ ଏବଂ ଏହି ଚକ ଏକ ଶକ୍ତ କାଠ ବା ଲୁହାର କିଳା ଉପରେ ସ୍ଥାପିତ ହୋଇଥାଏ | ଏହି କିଳା ଚାରିପଟେ ଚକଟି ଗୋଟିଏ ଗୋଲକାର ଟେବୁଲ ପରି ଚକ୍ରାକାରରେ ଘୁରେ | ଚକର ପରିଧିରେ ଗୋଟିଏ ଯାଗାରେ ଗାତଟିଏ କରି ଲଂବ ଭାବରେ ଗୋଟିଏ ଛୋଟ ବାଡିକୁ ଖଞ୍ଜାଯାଏ | କୁମ୍ଭାର ଭଲକରି ଗୋଳାଯାଇଥିବା ମାଟିଗୁଳାକୁ ନେଇ ଚକର ମଧ୍ୟ ଭାଗରେ ରଖିଦିଏ | ତା'ପରେ ଚକର ପରିଧିରେ ଖଞ୍ଜାଯାଇଥିବା ବାଡିଟିକୁ ଧରି ଜୋରରେ ଚକକୁ ଘୁରାଏ | କେନ୍ଦ୍ରାଭିସାରୀ ବଳଯୋଗୁଁ ମାଟିଗୁଳାଟି ବାହାର ଆଡକୁ ଏବଂ ଉପର ଆଡକୁ ଫୁଲିଯାଇ ଏକ ପାତ୍ରର ଆକାର ଧାରଣ କରେ | ଏହାକୁ ଏକ ରଶିରେ କଟାଯାଇ ବାହାର କରି ଅଣାଯାଏ | ଏହାକୁ ଖରାରେ ଶୁଖାଯାଇ ପରେ କୁମ୍ଭାର ଚୁଲିରେ ଏହାକୁ ପୋଡାଯାଏ | ମାଟିର ଉପକରଣ ପୋଡିସାରିବା ପରେ ତାହା ଟେରାକୋଟ୍ଟାରେ ପରିଣତ ହୁଏ |

କୌଶଳ :-

ମହିଳା କାରିଗର (କୁମ୍ଭାର)ମାନଙ୍କର ଏକ ଅନନ୍ୟ ହାତର କଳା କୌଶଳ ଦ୍ୱାରା ବିଭିନ୍ନ ଉପକରଣର ପ୍ରସ୍ତୁତି ବିନା ଚକରେ ପ୍ରାଚୀନର ସଭ୍ୟତା ଯେତେବେଳେ କୁମ୍ଭାର ଚକ ପରି କୌଣସି ଚକର ଉଦ୍‍ଭାବନ ହୋଇନଥିଲା, ସେହି ସମୟର ସମ୍ୟକ ସୁଚନା ପ୍ରଦାନ କରେ | ସେମାନେ ସାଧାରଣ ମାଠିଆ, ପାଣିଛଣା ପାତ୍ର, ଫୁଲଦାନୀ, ଧୂପଦାନୀ, ଲ୍ୟାମ୍ପ ଏବଂ ହୁକା ଇତ୍ଯାଦି ସମଗ୍ରୀ ପ୍ରସ୍ତୁତ କରିଥାଆନ୍ତି |

କିପରି ପହଞ୍ଚିବ :-

ଢେଙ୍କାନାଳ ଜିଲ୍ଲାର ମୁଖ୍ୟ କେନ୍ଦ୍ର ସ୍ଥଳ 42 ନଂବର ଜାତୀୟ ରାଜପଥ ନିକଟରେ ଅବସ୍ଥିତ, ଯାହାକି କଟକ ଏବଂ ସଂବଲପୁରକୁ ଯୋଗ କରିଅଛି | ଢେଙ୍କାନାଳ ଜିଲ୍ଲାକୁ ଯିବାକୁ ହେଲେ ଭୁବନେଶ୍ୱର ବିମାନଘାଟୀ ସବୁଠାରୁ ଅତି ନିକଟବର୍ତ୍ତୀ (99 କିଲୋମିଟର) ଯାହାକି ନୂଆ ଦିଲ୍ଲୀ, କୋଲକତା, ଚେନ୍ନାଇ, ମୁଂବାଇ, ବିଶାଖାପଟଣା, ହାଇଦ୍ରାବାଦ ଏବଂ ନାଗପୁରକୁ ବୋଇଙ୍ଗ ବିମାନ ଦ୍ୱାରା ଯାଇହେବ | ଢେଙ୍କାନାଳର ରେଳଷ୍ଟେସନ ଦକ୍ଷିଣ-ପୂର୍ବ ରେଳପଥର ଅନ୍ତର୍ଭୁକ୍ତ | 42 ନଂବର ଜାତୀୟ ରାଜପଥରେ ଢେଙ୍କାନାଳଠାରୁ ଭୁବନେଶ୍ୱରର ଦୂରତା ମାତ୍ର 99କିଲୋମିଟର | ନିୟମିତ ବସସେବା ଢେଙ୍କାନାଳକୁ ଭୁବନେଶ୍ୱର, କଟକ, ପୁରୀ, ରାଉରକେଲା, ସଂବଲପୁର ଏବଂ ରାୟପୁରକୁ ଉପଲବ୍ଧ |








ଓଡିଶା     ଢେଙ୍କାନାଳ     ନାରୀ ଚେତନା ମହିଳା ପ୍ରତିଷ୍ଠାନ