ଓଡିଶା     ଢେଙ୍କାନାଳ     ଢେଙ୍କାନାଳ


ଏକ ଦଳକୁ ଭୌଗଳିକ ଏକାଗ୍ରତା (ଏକ ନଗର/ ସହର/ କିଛି ନିକଟବର୍ତ୍ତୀ ଗ୍ରାମ ଏବଂ ସେମାନଙ୍କର ମିଳିତ ଅଞ୍ଚଳ) ର ଏକକ ଉତ୍ପାଦନ କରୁଥିବା ପ୍ରାୟ ଏକାଭଳିଆ ଦ୍ରବ୍ୟ ଏବଂ ସମ୍ମୁଖୀନ ହେଉଥିବା ସାଧାରଣ ସୁଯୋଗ ଏବଂ ଭୟ ସହିତ ବର୍ଣ୍ଣନା କରାଯାଇଛି | ଏକ ନିପୁଣ ଦଳକୁ ଭୌଗଳିକ ଏକତ୍ରୀକରଣ (ପ୍ରାୟ ଗ୍ରାମ କିମ୍ୱା ସହର ମାନଙ୍କରେ) ଗୃହ ଜଡିତ ବ୍ୟାପାର ଗୁଡିକ ଉତ୍ପାଦନ କରୁଥିବା ହସ୍ତଶିଳ୍ପ ବା ହସ୍ତନିର୍ମିତ ଦ୍ରବ୍ୟ ଗୁଡିକ ସହିତ ବର୍ଣ୍ଣନା କରାଯାଇଛି | ଉଦାହରଣ ସ୍ୱରୁପ ଏହି ଉତ୍ପାଦକ ଗୁଡିକ ଗୋଟିଏ ପରମ୍ପରାଗତ ବୃତ୍ତିଗତ ଗୋଷ୍ଠୀର ଉତ୍ପାଦନ କରୁଥିବା ଦୀର୍ଘସ୍ଥାୟୀ ଦ୍ରବ୍ୟ ଗୁଡିକ ବିକାଶ ପାଇଁ ଶ୍ରେଣୀଭୁକ୍ତ ଅଟନ୍ତି | ବାସ୍ତବରେ ବହୁ ହସ୍ତଶିଳ୍ପୀମାନେ ଶତାବ୍ଦୀର ବୟସ୍କ ହସ୍ତଶିଳ୍ପୀ ଅଟନ୍ତି |

ଢେଙ୍କାନାଳ ପୁଞ୍ଜ ବିଷୟରେ :-

ଢେଙ୍କାନାଳ ପୁଞ୍ଜ ଓଡିଶା ପ୍ରଦେଶର ଢେଙ୍କାନାଳ ଜିଲ୍ଲା ଅଧିନରେ ରହିଛି |

ଢେଙ୍କାନାଳପୁଞ୍ଜ 201 ଜଣଙ୍କ ଠାରୁ ଅଧିକ କାରିଗର ଏବଂ 14ଟି ସ୍ୱୟଂ ସହାୟକ ଗୋଷ୍ଠୀ ସକ୍ଷମ କାର୍ଯ୍ୟକାରୀ ଦଳକୁ ନେଇ କାର୍ଯ୍ୟରତ | ଏମାନଙ୍କ ସହଯୋଗରେ ଲାଭ ବା ଉପାର୍ଜନ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି |

ଢୋକ୍ରା :-

ମାନବ ସଭ୍ୟତା ଆରମ୍ଭରୁ ଲୁହା ବ୍ୟତୀତ ଅନ୍ୟାନ୍ୟ ଧାତୁରେ ଛାଞ୍ଚ କରିବାର  ଏକ ପ୍ରାଚୀନ କଳା ହିସାବରେ ପରିଗଣିତ ହୁଏ ଢୋକ୍ରା କଳା| ଧାତୁରେ ଛାଞ୍ଚ ଗଢିବାର ସର୍ବପ୍ରାଚୀନ  କଳା"ଢୋକ୍ରା" ବେଶ୍ ଲୋକପ୍ରିୟ କାରଣ  ଏହାର ଖୁବ୍ ସରଳ | ଏହା ଏକ ଗୁରୁତ୍ୱପୂର୍ଣ ହସ୍ତ ଶିଳ୍ପ କାରଣ  ଏଥିରେ ଲୋକ ଚରିତ୍ର ପ୍ରତିଫଳିତ ହୋଇଥାଏ | ଢୋକ୍ରା ଏହାର ଦୃଢତା ଓ ବିଭିନ୍ନ ଆକାରର ଅଙ୍କନ ପାଇଁ ପ୍ରସିଦ୍ଧ | ଏହି କଳାର ଅଙ୍କନଗୁଡିକ ଲୋକ ସଂସ୍କୃତି ଉପରେ  ଆଧାରିତ ପଶୁ ମାନଙ୍କ ମଧ୍ୟରେ ହାତୀର ଚିତ୍ର ସବୁଠୁ ଅଧିକ ଲୋକପ୍ରିୟ, ଏଥିରେ ମୁଖ୍ଯତଃ ବ୍ୟବହୃତ ଅନ୍ୟ ଚିତ୍ର  ମଧ୍ୟରେ ମନୁଷ୍ୟ ମୁଣ୍ଡ, ରାଜା, କ୍ଷୁଦ୍ର ଚିତ୍ରର ମୂଳ ପ୍ରତିକୃତି, ଢାଙ୍କୁଣୀ ଥିବା ପାତ୍ର (ତାଲା ପକାଇବା ବା ବିନାତାଲାର), ଦେବାଦେବୀଙ୍କର ପ୍ରତିକୃତି ଯଥା, ଗଣେଶ ବା ଦୁର୍ଗା, ଲ୍ୟାମ୍ପ ଏବଂ ଲ୍ୟାମ୍ପ ଷ୍ଟାଣ୍ଡ ଇତ୍ୟାଦି  ଦେଖିବାକୁ ମିଳିଥାଏ| ଶେଷ ଜଟିଳ ଅଙ୍କନ ମଧ୍ୟରେ ବୃକ୍ଷ ଆକୃତିର ଗୋଟିଏ ଷ୍ଟାଣ୍ଡରେ ଡାଳରେ ଖଞ୍ଜିତ ଏକ ଶହରୁ ଉର୍ଦ୍ଧ୍ୱ ଲ୍ୟାମ୍ପ ଖୁବ୍  ଆକର୍ଷଣୀୟ | କେତେକ ଅତି ଦରକାରୀ ସୌଖୀନ୍ଜିନିଷ ମଧ୍ୟରୁ ମହମବତୀ ଷ୍ଟାଣ୍ଡ, ସିଗାରେଟ ପାଉଁଶ ଝାଡିବା ଟ୍ରେ ଏବଂ ପେନଷ୍ଟାଣ୍ଡ ଇତ୍ୟାଦି ଜିନିଷରେ ମଧ୍ୟ ଲୋକକଳାର ଝଲକ ଦେଖିବାକୁ ମିଳିଥାଏ |

ଢୋକ୍ରାମାନେ  ଫମ୍ପା ପିତ୍ତଳ ବସ୍ତୁ ବା ମୂର୍ତ୍ତି ଗଠନର ଛାଞ୍ଚ ପକାଇବା ପାଇଁ ହୃତ ମହମ ପ୍ରଣାଳୀକୁ ଅବଲଂବନ କରିଥାଆନ୍ତି | ଯେ କୌଣସି ବସ୍ତୁର ଅବିକଳ ପ୍ରତିରୂପ ଗଠନ କରିବା ଏହି ପ୍ରଣାଳୀର ବୈଶିଷ୍ଟ୍ଯ | ପ୍ରତ୍ୟେକ ବସ୍ତୁ ଅଲଗା ଅଲଗା ହୋଇ ଗୋଟିଏ ଶକ୍ତ ମାଟି ମଧ୍ୟଭାଗ ଚାରିପଟେ ପ୍ରାୟତଃ ବସ୍ତୁ ଆକାରର ଗଠିତ ହେବାକୁ ଛାଞ୍ଚରେ ଢଳାଯାଏ | ଏକ କୋମଳ ଦିଗ ବିବର୍ତ୍ତକ ବସ୍ତୁର ପ୍ରଲେପ ମହମ ନମୁନା ଉପରେ ବୋଳାଯାଏ ଏବଂ ଛାଞ୍ଚକୁ ଶକ୍ତ କରାଯାଏ | ମଧ୍ୟଭାଗ ଓ ଛାଞ୍ଚ ମଧ୍ୟବର୍ତ୍ତୀ ମହମ ଯେତେବେଳେ ତରଳିଯାଏ ,ଛାଞ୍ଚକୁ ଉତ୍ତପ୍ତ କରାଯାଏ | ତା'ପରେ ତରଳିଥିବା ଧାତୁ ଏହାର ସ୍ଥାନ ପୂରଣ  କରେ ଏବଂ ମଧ୍ୟସ୍ଥଳ ଓ ଛାଞ୍ଚ ମଧ୍ୟଭାଗ ଶକ୍ତ ହୋଇ ଏକ ମହମର ପ୍ରତିକୃତି ଆକୃତି ଧାରଣ କରେ | ଶକ୍ତ ବାହ୍ୟ ଆବରଣ ଏହିପରି ଭାବେ ପ୍ରକୃତ ମହମର ଅବିକଳ ପ୍ରତିରୂପ ଧାରଣ କରେ ଏବଂ ଏହାର ଭିତର ଅଂଶ ଫମ୍ପା ଥାଏ | ଯେତେବେଳେ ଶକ୍ତ ମଧ୍ୟଭାଗ ଏବଂ ଛାଞ୍ଚ ଲତ୍‍ପତ ଏବଂ କୋମଳ ହୁଏ ଏହା ଜଳାଯାଇ ବାହାର କରାଯାଏ |

ଗଣେଶ, ଦୁର୍ଗାଙ୍କ ମୂର୍ତ୍ତି, ଲ୍ୟାମ୍ପ, ଲ୍ୟାମ୍ପ ଷ୍ଟାଣ୍ଡ, ମହମବତୀ ଷ୍ଟାଣ୍ଡ, ସିଗାରେଟ ପାଉଁଶ ଝାଡିବା ଟ୍ରେ, ପେନ ଷ୍ଟାଣ୍ଡ |

କିପରି ପହଞ୍ଚିବ :-

ଆକାଶ ମାର୍ଗ ଦ୍ୱାରା :-

ଭୁବନେଶ୍ୱରର ବିମାନଘାଟୀ ଢେଙ୍କାନାଳ ଜିଲ୍ଲାର ପ୍ରସିଦ୍ଧ ସ୍ଥାନଗୁଡିକର ନିକଟବର୍ତ୍ତୀ ବିମାନଘାଟୀ ଯାହାର ଦୁରତ୍ୱ 99 କିଲୋମିଟର | ଏହି ବିମାନଘାଟୀରୁ ଆକାଶ ପଥରେ ନୂଆଦିଲ୍ଲୀ, କୋଲକତା, ଚେନ୍ନାଇ, ମୁଂବାଇ, ବିଶାଖାପଟଣା, ହାଇଦ୍ରାବାଦ ଏବଂ ନାଗପୁରକୁ ଯାତାୟାତ କରି ପାରିବେ |

ସ୍ଥଳପଥ ଦ୍ୱାରା :-

42 ନଂ ଜାତୀୟ ରାଜପଥରେ ଭୁବନେଶ୍ୱରଠାରୁ ଏହାର ଦୂରତ୍ୱ 99 କିଲୋମିଟର | ନିୟମିତ ଭାବେ ଢେଙ୍କାନାଳରୁ ଭୁବନେଶ୍ୱର, କଟକ, ପୁରୀ, ରାଉରକେଲା, ସମ୍ଵଲପୁର ଓ ରାୟପୁରକୁ ବସ ସେବା ଉପଲବ୍ଧ |

ରେଳପଥ  ଦ୍ୱାରା :-

ଢେଙ୍କାନାଳ ରେଳଷ୍ଟେସନ ଦକ୍ଷିଣ ପୂର୍ବ ରେଳପଥ ଅନ୍ତର୍ଭୁକ୍ତ |








ଓଡିଶା     ଢେଙ୍କାନାଳ     ନାରୀ ଚେତନା ମହିଳା ପ୍ରତିଷ୍ଠାନ