ଓଡିଶା     ବୌଦ୍ଧ     ମାନାମାନା


ଏକ ଦଳକୁ ଭୌଗଳିକ ଏକାଗ୍ରତା (ଏକ ନଗର/ ସହର/ କିଛି ନିକଟବର୍ତ୍ତୀ ଗ୍ରାମ ଏବଂ ସେମାନଙ୍କର ମିଳିତ ଅଞ୍ଚଳ) ର ଏକକ ଉତ୍ପାଦନ କରୁଥିବା ପ୍ରାୟ ଏକାଭଳିଆ ଦ୍ରବ୍ୟ ଏବଂ ସମ୍ମୁଖୀନ ହେଉଥିବା ସାଧାରଣ ସୁଯୋଗ ଏବଂ ଭୟ ସହିତ ବର୍ଣ୍ଣନା କରାଯାଇଛି | ଏକ ନିପୁଣ ଦଳକୁ ଭୌଗଳିକ ଏକତ୍ରୀକରଣ (ପ୍ରାୟ ଗ୍ରାମ କିମ୍ୱା ସହର ମାନଙ୍କରେ) ଗୃହ ଜଡିତ ବ୍ୟାପାର ଗୁଡିକ ଉତ୍ପାଦନ କରୁଥିବା ହସ୍ତଶିଳ୍ପ ବା ହସ୍ତନିର୍ମିତ ଦ୍ରବ୍ୟ ଗୁଡିକ ସହିତ ବର୍ଣ୍ଣନା କରାଯାଇଛି | ଉଦାହରଣ ସ୍ୱରୁପ ଏହି ଉତ୍ପାଦକ ଗୁଡିକ ଗୋଟିଏ ପରମ୍ପରାଗତ ବୃତ୍ତିଗତ ଗୋଷ୍ଠୀର ଉତ୍ପାଦନ କରୁଥିବା ଦୀର୍ଘସ୍ଥାୟୀ ଦ୍ରବ୍ୟ ଗୁଡିକ ବିକାଶ ପାଇଁ ଶ୍ରେଣୀଭୁକ୍ତ ଅଟନ୍ତି | ବାସ୍ତବରେ ବହୁ ହସ୍ତଶିଳ୍ପୀମାନେ ଶତାବ୍ଦୀର ବୟସ୍କ ହସ୍ତଶିଳ୍ପୀ ଅଟନ୍ତି |

ମନମୁଣ୍ଡା ପୁଞ୍ଜ ବିଷୟରେ :-

ମନମୁଣ୍ଡା ପୁଞ୍ଜ ଓଡିଶା ପ୍ରଦେଶର ବୌଦ୍ଧ ଜିଲ୍ଲା ଅନ୍ତର୍ଭୁକ୍ତ |

ମନମୁଣ୍ଡା ପୁଞ୍ଜ 484 ଜଣଠାରୁ ଅଧିକ  କାରିଗର ଏବଂ 34 ଗୋଟି ସ୍ୱୟଂ ସହାୟକ ଗୋଷ୍ଠୀକୁ ନେଇ କାର୍ଯ୍ୟରତ | ଏହି କାରିଗରମାନଙ୍କର ମିଳିତ ଉଦ୍ୟମ ଧିରେ ଧିରେ ଅଧିକ ସକ୍ରିୟ ହେଉଛି|

ହସ୍ତତନ୍ତ ବୟନ :-

ଓଡିଶାର ହସ୍ତତନ୍ତ ଦ୍ୱାରା ମୁଖ୍ୟତଃ ସୂତା ଓ ରେଶମ ବସ୍ତ୍ର ପ୍ରସ୍ତୁତ କରାଯାଏ | ରଙ୍ଗ, ନମୁନା ଏବଂ ବୁଣାକାର ଶୈଳୀ ଦୁଇ ପ୍ରକାର ସୂତା  ଦ୍ୱାରା ଭିନ୍ନଭିନ୍ନ ହୋଇଥାଏ | ସୂତା ବସ୍ତ୍ର ବୁଣିବା ବେଳେ ସୂକ୍ଷ୍ମ ସୂତାକୁ ଲାଗି ଲାଗି ଦୃଢ ଭାବରେ ବୁଣାଯାଏ | ଏହାକୁ ସ୍ପର୍ଶ କଲେ ନରମ ପଶମ କନାର ସମ ଉପଲବ୍ଧ କରିହୁଏ | ଏହାର କୋମଳ ରେଶମୀ ବୁଣା ଏହାର କାରଣ ଅଟେ | ଓଡିଶାର ସୂତା ହସ୍ତତନ୍ତ ଏବଂ ବୟନ ଶୈଳୀ, ପ୍ରସିଦ୍ଧ ଇକତ ଶୈଳୀର ବୁଣାସହ ସମକକ୍ଷ ଅଟେ | ଇକତ ହସ୍ତତନ୍ତ ଏବଂ ବୟନ ବହୁ ପୁରାତନ | ପୂର୍ବେ ଓଡିଶାର ବ୍ୟବସାୟୀମାନେ ଏହି କଳାର ପ୍ରସାର ପାଇଁ ଜଳଯାତ୍ରା କରି ଇଣ୍ଡୋନେସିଆ ପରି ଦ୍ୱୀପାଞ୍ଚଳକୁ (ବିଶେଷତଃ ବାଲିଦ୍ୱୀପକୁ) ସେମାନଙ୍କର ବ୍ୟବସାୟ କରିବାକୁ ଯାଉଥିଲେ |

ଯେତେବେଳେ ଢାକାଇ ଜାମଦାନୀ  କେବଳ ଉତ୍ସବ ମାନଙ୍କରେ ପିନ୍ଧାଯାଉଥିଲା, ସେତେବେଳେ ସୌଖୀନ- ଚାକିରୀଆ ମହିଳା ମାନେ ସେମାନଙ୍କର ଆଭିଜାତ୍ଯ ପ୍ରଦର୍ଶନ ପାଇଁ ସ୍ୱତନ୍ତ୍ର ପ୍ରକାରର ଜାମଦାନୀ ପିନ୍ଧିବାକୁ ପସନ୍ଦ କରୁଥିଲେ| | ଏହି ଜାମଦାନୀ ମୁଖ୍ୟତଃ ଟାଙ୍ଗାଇଲ କାରୁକାର୍ଯ୍ୟ କଳାର ପ୍ରଧାନ ଅଙ୍ଗ ଥିଲା | ଏହାର ନାମକରଣ ବେଳେବେଳେ ଲୋକମାନଙ୍କୁ ଦ୍ୱନ୍ଦରେ ପକାଉଥିଲା, ଏହାକୁ ଟାଙ୍ଗାଇଲ୍‍ ଜାମଦାନୀ ବୋଲି କୁହାଯାଉଥିଲା | ତାର ନାମକରଣ ଯାହା ହେଉନା କାହିଁକି, ଏହା ଅତ୍ୟନ୍ତ ଲୋକପ୍ରିୟ ଥିଲା | ଏହିସବୁ ସାମଗ୍ରୀ ବିଭିନ୍ନ ରଙ୍ଗରେ ସୁଲଭ ମୂଲ୍ୟରେ ବଜାରରେ ଉପଲବ୍ଧ ହେଉଥିଲା |

କଞ୍ଚାମାଲ :-

1. ସୂତା

2. ସୂତା ଲୁଗା

3. କାଠ ପିଣ୍ଡ

4. ରଙ୍ଗ

ପ୍ରକ୍ରିୟା :-

ପ୍ରତି ବସନ୍ତ ଋତୁରେ ପଶମ ସଂଗ୍ରହ କରାଯାଏ ଏବଂ  ହାତ ସାହାଯ୍ୟରେ ସୂତା କଟାଯାଏ | ଚରଖା ନାମରେ ପରିଚିତ ଏକ ଘୁର୍ଣ୍ଣନ ଚକ ସାହାଯ୍ୟରେ ସୂତା କଟାଯାଏ | ଚରଖାକୁ ନେବା ପୂର୍ବରୁ କଞ୍ଚାମାଲକୁ ସଂପ୍ରସାରିତ କରି ସଫା କରାଯାଏ | ଏହାଦ୍ୱାରା ଏଥିରେ ଥିବା ମଇଳା ସଫା ହୋଇଯାଏ | ନରମ ହେବାପାଇଁ ଏହାକୁ ଚାଉଳଚୁନା ଓ ପାଣିର ମିଶ୍ରଣରେ କିଛିଦିନ ପାଇଁ ରଖାଯାଏ | ହାତରେ ବୁଣିବା ଏକ ଦୀର୍ଘ ଏବଂ କଷ୍ଟକର ଧନ୍ଦା କହିଲେ ଅତ୍ୟୁକ୍ତି ହେବନାହିଁ | ଏଥିପାଇଁ ବହୁତ ଧୈର୍ଯ୍ୟ ଓ ନିଷ୍ଠାର ଆବଶ୍ୟକତା ରହିଛି ଏବଂ ଏହି ପ୍ରକ୍ରିୟା ଦେଖିବାକୁ ଆଶ୍ଚର୍ଯ୍ୟ ଲାଗେ |

ଶକ୍ତିତନ୍ତରେ କମ୍ପନ ପ୍ରକ୍ରିୟା ଯୋଗୁଁ  ନରମ ସୂତା କଟିବା ଛିଣ୍ଡିଯାଇଥାଏ | ତେଣୁ ଶତ ପ୍ରତିଶତ ପାରମ୍ପରିକ ଶାଲ ହସ୍ତତନ୍ତ ଦ୍ୱାରା ତିଆରି କରାଯାଏ | ବୁଣାକାର ପାଇଁ ଏକ ଦକ୍ଷ ହସ୍ତ ପରିଚାଳନାର ଅତ୍ୟନ୍ତ ଆବଶ୍ୟକତା ରହିଛି | ଏହାଦ୍ୱାରା ସୁନ୍ଦର ଭାବେ କାରୁକାର୍ଯ୍ୟ ହୋଇପାରିବ | ଗୋଟିଏ ସୂତାର କଣ୍ଡା  ଦ୍ୱାରା ବୁଣାକାର୍ଯ୍ୟ ସମ୍ପନ୍ନ ହୁଏ | ବୁଣିବା ପ୍ରକ୍ରିୟା ଏକ କଳା ଏବଂ ଏହା ବଂଶାନୁକ୍ରମିକ | ହସ୍ତତନ୍ତରେ ଗୋଟିଏ ଶାଲ ବୁଣିବାକୁ ପ୍ରାୟ ଚାରି ଦିନ ସମୟ ଲାଗେ |

ରଙ୍ଗେଇବା କାମ ମଧ୍ୟ ହାତରେ କରାଯାଏ ଏବଂ ଏହା ଗୋଟିଏ ପରେ ଗୋଟିଏ ଅଲଗା ଅଲଗା କରାଯାଇ ଥାଏ | ରଙ୍ଗକାରମାନେ ବଂଶାନୁକ୍ରମିକ  ଅନୁଭୁତିକୁ ନେଇ ଅତ୍ୟନ୍ତ ଧୈର୍ଯ୍ୟର ସହିତ ଶାଲକୁ ରଙ୍ଗ କରନ୍ତି | ଏହି ପ୍ରକ୍ରିୟାରେ କୌଣସି ତ୍ରୁଟି ହେଲେ ଏହା ଦ୍ରବ୍ୟର ସ୍ୱଭାବିକ ଗୁଣରେ ପ୍ରଭାବ ପକାଏ | କେବଳ ଧାତୁ ଏବଂ ଆଜୋବିହୀନ ରଙ୍ଗ ବ୍ୟବହାର କରାଯାଏ | ଏହା ଶାଲକୁ ସମ୍ପୂର୍ଣ୍ଣ ରୂପେ ଚମକାଇଦିଏ | ରଙ୍ଗପାଇଁ ବ୍ୟବହୃତ ବିଶୁଦ୍ଧ ଜଳ ମାଟିର ଗଭୀରତମ ପ୍ରଦେଶରୁ ପମ୍ପ ଲଗାଇ ବାହାର କରାଯାଏ | ସ୍ଫୁଟନାଙ୍କ ଠାରୁ କମ ଉତ୍ତାପରେ ପ୍ରାୟ ଘଣ୍ଟାଏ ପର୍ଯ୍ୟନ୍ତ ରଙ୍ଗ କରାଯାଏ | ପଶମିନା ପଶମ ଏକ ଅସାଧାରଣ ଶୋଷକ ବସ୍ତୁ ହୋଇଥିବାରୁ ଏହା ସହଜରେ ରଙ୍ଗ କରିହୁଏ ଏବଂ ଗାଢା ରଙ୍ଗ ହୁଏ |

କୌଶଳ :-

ଜାମଦାନୀରେ ନମୁନାର ନକ୍‍ସା ଏକ କାଗଜରେ କରାଯାଏ ଏବଂ ବଙ୍କା ସୂତାରେ ତାକୁ ଟାଣିଦିଆଯାଏ | ବୁଣିବା ପ୍ରକ୍ରିୟା ଚାଲୁ ରହିଥିବା ବେଳେ ଅଙ୍କନ କାର୍ଯ୍ୟ ସୁନ୍ଦର ଏମ୍ରୋଡୋରି ପରି ପ୍ରତିଭାତ ହୁଏ | ଯେତେବେଳେ ଭରଣି ସୂତା ଅଙ୍କିତ ଫୁଲ ବା ଅନ୍ୟ ଚିତ୍ରିତ ଅଂଶର ନିକଟବର୍ତ୍ତୀ ହୁଏ, ସେତେବେଳେ ତାହାକୁ ଭର୍ତ୍ତି କରିଦିଆଯାଏ | ବୁଣାକାର ଗୋଚ୍ଛାଏ ବାଉଁଶ ଛୁଞ୍ଚି ନେଇ ତା ଚାରିପଟେ ଗୁଡେଇ ଦିଅନ୍ତି | ଏଥିରେ ବିଭିନ୍ନ ପ୍ରକାର ରଙ୍ଗ ଚିହ୍ନିତ ହୋଇଯାଏ | ଯେତେବେଳେ ପ୍ରତ୍ୟେକ ଭରଣି ସୂତା ମୋଡିହୋଇଯାଇଥିବା ଯାଗା ଭିତରେ ପଶନ୍ତି ସେତେବେଳେ କାରିଗର ପରସ୍ପର ବାନ୍ଧି ହୋଇଥିବା ସୂତାର ନମୁନାକୁ ସୂତାକୁ ଏପଟ ସେପଟ କରନ୍ତି | ନମୁନାଟି ଶେଷ ହେବାଯାଏଁ ଏହି ପ୍ରକ୍ରିୟା ଚାଲୁ ରହେ | ଯେଉଁ କ୍ଷେତ୍ରରେ ଏହି ନମୁନା ନିୟମିତ ଭାବେ ତାର କ୍ରମ ଜାରି ରଖିଥାଏ, ସେତେବେଳେ ଏକ ଦକ୍ଷ ବୁଣାକାର ସାଧାରଣତଃ କାଗଜ ନକ୍‍ସା ସାହାଯ୍ୟରେ ଏହାକୁ ରୂପ ଦେଇଥାଆନ୍ତି|

କିପରି ପହଞ୍ଚିବ :-

ଆକାଶ ମାର୍ଗ ଦ୍ୱାରା :-

ଭୁବନେଶ୍ୱର ବିମାନଘାଟୀ ସବୁଠାରୁ ନିକଟତ୍ତମ |

ସ୍ଥଳପଥ ଦ୍ୱାରା :-


ଭୁବନେଶ୍ୱର ଠାରୁ ବୌଦ୍ଧର ଦୂରତ୍ୱ  240  କି.ମି | ଜଣେ ବ୍ୟକ୍ତି 1 ନଂ ଏବଂ 14ନଂ ଜାତୀୟ ରାଜପଥ ଦେଇ (ଭାୟା ନୟାଗଡ ଏବଂ ଚାରିଛକ) ଏବଂ 42 ନଂବର ଜାତୀୟ ରାଜପଥ ଦେଇ (ଭାୟା ଅନୁଗୁଳ) ବୌଦ୍ଧକୁ ଆସିପାରିବ |

ରେଳପଥ  ଦ୍ୱାରା :-

ନିୟମିତ ରେଳସେବା ଭୁବନେଶ୍ୱର ଠାରୁ ଉପଲବ୍ଧ | ଏଗୁଡିକ ହେଲା- ସମ୍ବଲପୁର ଇଣ୍ଟରସିଟି ଏକ୍ସପ୍ରେସ, ହୀରାକୁଦ ଏକ୍ସପ୍ରେସ ଓ ପୁରୀ- ସମ୍ବଲପୁର ପାସେଞ୍ଜର ଟ୍ରେନ |  ବୌଦ୍ଧରେ ପହଞ୍ଚିବା ପାଇଁ ଜଣେ ବ୍ୟକ୍ତିଙ୍କୁ ରେଢାଖୋଲ ରେଳଷ୍ଟେସନରେ ଓହ୍ଲାଇବାକୁ ପଡିବ | ସେଠାରୁ ବୌଦ୍ଧକୁ ବସ ସେବା ଉପଲବ୍ଧ ହେବ |








ଓଡିଶା     ବୌଦ୍ଧ