ଓଡିଶା     ଭୁବନେଶ୍ୱର     ପାଟଶାଣିପୁର


ଏକ ଦଳକୁ ଭୌଗଳିକ ଏକାଗ୍ରତା (ଏକ ନଗର/ ସହର/ କିଛି ନିକଟବର୍ତ୍ତୀ ଗ୍ରାମ ଏବଂ ସେମାନଙ୍କର ମିଳିତ ଅଞ୍ଚଳ) ର ଏକକ ଉତ୍ପାଦନ କରୁଥିବା ପ୍ରାୟ ଏକାଭଳିଆ ଦ୍ରବ୍ୟ ଏବଂ ସମ୍ମୁଖୀନ ହେଉଥିବା ସାଧାରଣ ସୁଯୋଗ ଏବଂ ଭୟ ସହିତ ବର୍ଣ୍ଣନା କରାଯାଇଛି | ଏକ ନିପୁଣ ଦଳକୁ ଭୌଗଳିକ ଏକତ୍ରୀକରଣ (ପ୍ରାୟ ଗ୍ରାମ କିମ୍ୱା ସହର ମାନଙ୍କରେ) ଗୃହ ଜଡିତ ବ୍ୟାପାର ଗୁଡିକ ଉତ୍ପାଦନ କରୁଥିବା ହସ୍ତଶିଳ୍ପ ବା ହସ୍ତନିର୍ମିତ ଦ୍ରବ୍ୟ ଗୁଡିକ ସହିତ ବର୍ଣ୍ଣନା କରାଯାଇଛି | ଉଦାହରଣ ସ୍ୱରୁପ ଏହି ଉତ୍ପାଦକ ଗୁଡିକ ଗୋଟିଏ ପରମ୍ପରାଗତ ବୃତ୍ତିଗତ ଗୋଷ୍ଠୀର ଉତ୍ପାଦନ କରୁଥିବା ଦୀର୍ଘସ୍ଥାୟୀ ଦ୍ରବ୍ୟ ଗୁଡିକ ବିକାଶ ପାଇଁ ଶ୍ରେଣୀଭୁକ୍ତ ଅଟନ୍ତି | ବାସ୍ତବରେ ବହୁ ହସ୍ତଶିଳ୍ପୀମାନେ ଶତାବ୍ଦୀର ବୟସ୍କ ହସ୍ତଶିଳ୍ପୀ ଅଟନ୍ତି |

ପାଟ୍ଟଶାଣୀପୁର ପୁଞ୍ଜ ବିଷୟରେ :-

ପାଟ୍ଟଶାଣୀପୁର ପୁଞ୍ଜ ଓଡିଶା ପ୍ରଦେଶର ଭୁବନେଶ୍ୱର ଜିଲ୍ଲାରେ ରହିଛି |

ପାଟ୍ଟଶାଣୀପୁର ପୁଞ୍ଜ 552  ଜଣରୁ ଅଧିକ  କାରିଗର ଏବଂ 30 ଗୋଟି ସ୍ୱୟଂ ସହାୟକ ଗୋଷ୍ଠୀକୁ ନେଇ କାର୍ଯ୍ୟରତ | ମିଳିତ ଉଦ୍ଯମ  ଦିନକୁ ଦିନ ଲାଭ ବା ଉପାର୍ଜନ ବୃଦ୍ଧି କରୁଛି |

ଶଙ୍ଖ- ଶାମୁକା କାରିଗରୀ :-

ପ୍ରକୃତିରେ ପ୍ରଚୁର ପରିମାଣର ସାମୁଦ୍ରିକ ଶଙ୍ଖ ଓ ଶାମୁକା ଉପଲବ୍ଧ | ଏହିସବୁ କଳାପୂର୍ଣ୍ଣ ଓ ଶୋଭନୋପଯୁକ୍ତ ଶଙ୍ଖରୁ ବିଭିନ୍ନ ପ୍ରକାର କଳାକୃତି, ବ୍ୟବହାର୍ଯ୍ୟ ପଦାର୍ଥ, ପର୍ଦା ଏବଂ ବହୁପ୍ରକାର ସୌଖୀନ ଜିନିଷ ତିଆରି କରାଯାଏ | ଏହା ଏକ କାରଗରୀ କଳା | ଏହି କଳା ପାଇଁ କଞ୍ଚାମାଲ ସ୍ୱରୁପ ବିଭିନ୍ନ ଆକୃତିର  ସାମୁଦ୍ରିକ ଶଙ୍ଖ ବିଶେଷ କରି ଚେନ୍ନାଇ ଓ କାକିନାଡା ପରି ଉପକୂଳବର୍ତ୍ତୀ ଅଞ୍ଚଳରୁ ଉପଲବ୍ଧ ହୋଇଥାଏ | ଏହା କାରିଗରମାନଙ୍କ ପାଇଁ ଏକ ସୌଭାଗ୍ୟର ବିଷୟ ଯେ ଏହି ଶିଳ୍ପପାଇଁ ସରକାରଙ୍କ  ତରଫରୁ ସେମାନଙ୍କୁ ଆର୍ଥିକ ସହାୟତା ମିଳିଥାଏ | ଏହି ଆର୍ଥିକ ସାହାଯ୍ୟ ସେମାନଙ୍କର ଉନ୍ନତ କଳା କୌଶଳକୁ ପ୍ରୋତ୍ସାହିତ କରେ ଏବଂ ସେମାନେ ନୂତନତ୍ୱ ସୃଷ୍ଟି କରି ସେମାନଙ୍କ ଦ୍ୱାରା ପ୍ରସ୍ତୁତ ଦ୍ରବ୍ୟକୁ ବିକ୍ରୟଯୋଗ୍ୟ କରି ସେମାନଙ୍କ ଜୀବିକା ନିର୍ବାହ କରିବାକୁ ସମର୍ଥ ହେଉଛନ୍ତି| |

କଞ୍ଚାମାଲ :-

ସାମୁଦ୍ରିକ ଶଙ୍ଖ, ବିଭିନ୍ନ ରଙ୍ଗରେ

ପ୍ରକ୍ରିୟା :-

ସାମୁଦ୍ରିକ ଶାମୁକାକୁ ପରିଷ୍କାର କରିବା :-

ସାମୁଦ୍ରିକ ଶାମୁକାକୁ ପ୍ରଥମେ ପାଣିମିଶା ଏସିଡରେ ଧୋଇ ସଫା କରାଯାଏ | ପାଣି ଦ୍ୱାରା ଭଲଭାବେ ଧୋଇ ସାରିବା ପରେ ସେଗୁଡ଼ିକୁ ସମ୍ପୂର୍ଣ୍ଣ ରୂପେ ଶୁଖିବାକୁ ଦିଆଯାଏ ଏବଂ ତାପରେ ଏହି ଶଙ୍ଖଗୁଡିକୁ ବ୍ୟବହାର କରି ବିଭିନ୍ନ ପଦାର୍ଥ ତିଆରି କରାଯାଏ |

ସାମୁଦ୍ରିକ ଶାମୁକା ବଛାଯିବା :-

ପ୍ରଥମେ ସାମୁଦ୍ରିକ ଶାମୁକାଗୁଡ଼ିକୁ ସେଗୁଡ଼ିକର ଆୟତନ, ଆକାର ଏବଂ ବ୍ୟବହାର ଅନୁଯାୟୀ ଗୋଟି ଗୋଟି କରି ବଛାଯାଏ | କେତେକ ଶାମୁକାକୁ ତେଲ ଏବଂ ଏନାମେଲ ରଙ୍ଗରେ ରଙ୍ଗାଇ ବିଭିନ୍ନ ଆକୃତିରେ ବ୍ୟବହାର କରାଯାଇଥାଏ |

ସାମଗ୍ରୀର ପ୍ରସ୍ତୁତି :-

ବସ୍ତୁର ଆବଶ୍ୟକତାକୁ ପ୍ରଥମେ ବିଚାରକୁ ନିଆଯାଇ ନମୁନା ପ୍ରସ୍ତୁତ କରାଯାଏ | ବସ୍ତୁର ମୌଳିକ ଉପାଦାନକୁ ପ୍ରଥମେ ଅଠା ଦେଇ ଯୋଡାଯାଏ ଏବଂ ଏହା ଶୁଖିଯାଇ ଦୃଢଭାବେ ଲାଗିବା ଯାଏଁ ରଖାଯାଏ | ଶାମୁକାକୁ ଅଠା  ଦ୍ୱାରା ଭଲଭାବେ ଯୋଡାଯିବା ପରେ ଏହାକୁ ନବା ଆଣିବା କରିବା ସହଜ ହୋଇଥାଏ| ଏହାକୁ ଖଣ୍ଡଖଣ୍ଡ କରି ପରସ୍ପର ଖଣ୍ଡକୁ ଅଠାଦେଇ ଯୁକ୍ତ କରାଯାଇପାରେ | ଅତ୍ୟାଧୁନିକ ଯୁଗର ଚାହିଦାକୁ, ଗ୍ରାହକମାନଙ୍କର ପସନ୍ଦକୁ ଆଖି ଆଗରେ ରଖି ବିଭିନ୍ନ ପ୍ରକାରର ସାମଗ୍ରୀ ଏହି ଦକ୍ଷ କାରିଗରମାନେ ସେମାନଙ୍କର କର୍ମଶାଳାରେ ପ୍ରସ୍ତୁତ କରନ୍ତି |

କୌଶଳ :-

1. ସାମୁଦ୍ରିକ ଶାମୁକାଗୁଡିକୁ ପରିଷ୍କାର କରିବା

2. ସାମୁଦ୍ରିକ ଶାମୁକାଗୁଡିକୁ ବଛାଯିବା

କିପରି ପହଞ୍ଚିବ :-

ଆକାଶ ମାର୍ଗ ଦ୍ୱାରା :-

ଓଡିଶାର ରାଜଧାନୀ ଭୁବନେଶ୍ୱରକୁ ବାୟୁପଥରେ ପହଞ୍ଚିବା ଅତ୍ୟନ୍ତ ସୁବିଧାଜନକ | ମୁଖ୍ୟ ସାର୍ବଜନୀନ ଓ ବେସରକାରୀ ବାୟୁସେବା ନିୟମିତ ସେମାନଙ୍କର ଉଡାଣ ଭୁବନେଶ୍ୱରରୁ ଅନ୍ୟ ମୁଖ୍ୟ ସହର ମାନଙ୍କୁ ଜାରିରଖିଛନ୍ତି | ଭୁବନେଶ୍ୱର ବିମାନଘାଟୀ ମୁଖ୍ୟତଃ ହାଇଦ୍ରାବାଦ, ନାଗପୁର, କୋଲକତା, ଦିଲ୍ଲୀ, ରାୟପୁର, ବାରଣାସୀ, ମୁଂବାଇ ଏବଂ ଚେନ୍ନାଇ ସଙ୍ଗେ ସଂଯୋଗ ସ୍ଥାପନ କରିଛି |

ସ୍ଥଳ
ପଥ ଦ୍ୱାରା :-

ଭୁବନେଶ୍ୱର ଜାତୀୟ ରାଜପଥରେ ଅବସ୍ଥିତ | ଏହି ଜାତୀୟ ରାଜପଥ କୋଲକତାରୁ ଚେନ୍ନାଇ ଯାଇଛି | ଓଡିଶାର ରାଜପଥ ସର୍ବତ୍ର ସଂଯୋଗ ସ୍ଥାପନ କରିଛି | ଦେଶର ବିଭିନ୍ନ ପ୍ରାନ୍ତରୁ ଓଡିଶାକୁ ଆସିବା ଅତ୍ୟନ୍ତ ସୁବିଧାଜନକ

ରେଳପଥ  ଦ୍ୱାରା :-

ଭୁବନେଶ୍ୱର ରେଳଷ୍ଟେସନ ଓଡିଶାର ଏକ ମୁଖ୍ୟ ରେଳଷ୍ଟେସନ ଭାବେ ସୁପରିଚିତ | ବହୁ ମୁଖ୍ୟ ରେଳଗାଡି ଏହି ସହର ଦେଇ ଯାତାୟତ କରିଥାଏ ଏବଂ କେତେକ ମୁଖ୍ୟ ରେଳଗାଡି ଭୁବନେଶ୍ୱରରୁ ଯାତ୍ରା ଆରମ୍ଭ କରି ଦେଶର ବିଭିନ୍ନ ପ୍ରାନ୍ତକୁ ଯାଇଥାଏ | ଭୁବନେଶ୍ୱର ସହିତ ଓଡିଶାରେ ଆହୁରି ଅନେକ ବହୁ ସଂଖ୍ୟାରେ ରେଳଷ୍ଟେସନ ରହିଛି |








ଓଡିଶା     ଭୁବନେଶ୍ୱର     ଗୌରୀ ଶଙ୍କର ଯୁବ ପରିଷଦ