ଓଡିଶା     ଭୁବନେଶ୍ୱର     କୋଣାର୍କ


ଏକ ଦଳକୁ ଭୌଗଳିକ ଏକାଗ୍ରତା (ଏକ ନଗର/ ସହର/ କିଛି ନିକଟବର୍ତ୍ତୀ ଗ୍ରାମ ଏବଂ ସେମାନଙ୍କର ମିଳିତ ଅଞ୍ଚଳ) ର ଏକକ ଉତ୍ପାଦନ କରୁଥିବା ପ୍ରାୟ ଏକାଭଳିଆ ଦ୍ରବ୍ୟ ଏବଂ ସମ୍ମୁଖୀନ ହେଉଥିବା ସାଧାରଣ ସୁଯୋଗ ଏବଂ ଭୟ ସହିତ ବର୍ଣ୍ଣନା କରାଯାଇଛି | ଏକ ନିପୁଣ ଦଳକୁ ଭୌଗଳିକ ଏକତ୍ରୀକରଣ (ପ୍ରାୟ ଗ୍ରାମ କିମ୍ୱା ସହର ମାନଙ୍କରେ) ଗୃହ ଜଡିତ ବ୍ୟାପାର ଗୁଡିକ ଉତ୍ପାଦନ କରୁଥିବା ହସ୍ତଶିଳ୍ପ ବା ହସ୍ତନିର୍ମିତ ଦ୍ରବ୍ୟ ଗୁଡିକ ସହିତ ବର୍ଣ୍ଣନା କରାଯାଇଛି | ଉଦାହରଣ ସ୍ୱରୁପ ଏହି ଉତ୍ପାଦକ ଗୁଡିକ ଗୋଟିଏ ପରମ୍ପରାଗତ ବୃତ୍ତିଗତ ଗୋଷ୍ଠୀର ଉତ୍ପାଦନ କରୁଥିବା ଦୀର୍ଘସ୍ଥାୟୀ ଦ୍ରବ୍ୟ ଗୁଡିକ ବିକାଶ ପାଇଁ ଶ୍ରେଣୀଭୁକ୍ତ ଅଟନ୍ତି | ବାସ୍ତବରେ ବହୁ ହସ୍ତଶିଳ୍ପୀମାନେ ଶତାବ୍ଦୀର ବୟସ୍କ ହସ୍ତଶିଳ୍ପୀ ଅଟନ୍ତି |

କୋଣାର୍କ ପୁଞ୍ଜ ବିଷୟରେ :-

କୋଣାର୍କ ପୁଞ୍ଜ ପୁରୀ ଜିଲ୍ଲାରେ ରହିଛି|

କୋଣାର୍କ ପୁଞ୍ଜ 350ଜଣରୁ ଅଧିକ କାରିଗର ଏବଂ 22 ଗୋଟି ସ୍ୱୟଂ ସହାୟକ ଗୋଷ୍ଠୀକୁ ନେଇ କାର୍ଯ୍ୟରତ | ସେମାନଙ୍କର ମିଳିତ ଉଦ୍ୟମ କ୍ରମଶଃ ଅଧିକ ସକ୍ରିୟ ହେବାରେ ଲାଗିଛି|

ସୁନ୍ଦର ଏମ୍ରୋଡୋରି ବା ଛୁଞ୍ଚି କାମ :-

ଖଣ୍ଡେ କପଡାକୁ  ଛୁଞ୍ଚି କାମ ଦ୍ୱାରା ସଜାଇବାର କଳା କୌଶଳକୁ ବା ମନଲୋଭା କାରୁକାର୍ଯ୍ୟ କରିବାକୁ ସୁନ୍ଦର ଏମ୍ରୋଡୋରି କୁହାଯାଏ ଛୁଞ୍ଚି ଏବଂ ସୂତା ବ୍ୟବହାର କରି କପଡାକୁ ଅତ୍ୟନ୍ତ ସୁନ୍ଦର ଭାବେ ସଜେଇବାର କଳାକୁ ହିଁ ଏମ୍ରୋଡୋରୀ ବୋଲି କହିପାରିବା | ଓଡିଶାର ଦକ୍ଷ କାରିଗରମାନେ ଏ କ୍ଷେତ୍ରରେ ଢେର୍ ସୁନାମ ଅର୍ଜନ କରିପାରିଛନ୍ତି | ଓଡିଶାର କାରିଗରମାନେ  ବିଭିନ୍ନ ପ୍ରକାରର ସିଲେଇ ପ୍ରଣାଳୀ ଦ୍ୱାରା ସ୍ୱତନ୍ତ୍ର ଭାବରେ ଅତ୍ୟନ୍ତ ସୁନ୍ଦର ଭାବରେ କପଡାକୁ ସଜାଇ ପାରନ୍ତି | ଓଡିଶାର ମୂଖ୍ୟ ସୁନ୍ଦର ଏମ୍ରୋଡୋରି କେନ୍ଦ୍ର ଓଡିଶାର ବିଭିନ୍ନ ପ୍ରାନ୍ତରେ ନିଜର ଦକ୍ଷତାକୁ ପ୍ରତିପାଦନ କରି ସୁନାମ ଅର୍ଜନ କରିଛନ୍ତି |  ଓଡିଶାରେ ବାସ କରୁଥିବା ଅନ୍ୟ ସମ୍ପ୍ରଦାୟର ଲୋକମାନଙ୍କ ନିମିତ୍ତ ସୁନ୍ଦର ସୂଚୀଶିଳ୍ପ ଆର୍ଥିକ ଉପାର୍ଜନର ମାଧ୍ୟମ ଅଟେ | ଯଦିଓ ସୁନ୍ଦର ଏମ୍ରୋଡୋରି ବସ୍ତ୍ରର ପ୍ରସାଧନକରଣକୁ ଏକ ପାରମ୍ପରିକ ଧାରାବାହିକ କୌଶଳ ବୋଲି ମନେକରୁଛି, ତଥାପି ଏହା ବର୍ତ୍ତମାନ ପର୍ଯ୍ୟନ୍ତ ଲୋକପ୍ରିୟତା ଅର୍ଜନ କରି ଆସୁଅଛି | ଆଧୁନିକ ଜ୍ୟାମିତିକ ନମୁନା,ସବୁ ସୁନ୍ଦର ଏମ୍ରୋଡୋରି କୌଶଳକୁ ପ୍ରୟୋଗକରି କରାଯାଉଛି | ତେଣୁ ବସ୍ତ୍ରକୁ ଅତି ସୁନ୍ଦର ଭାବରେ ଭୂଷିତ କରିବାର କଳା ସୁନ୍ଦର ସୂଚୀଶିଳ୍ପ ମାଧ୍ୟମରେ ସମ୍ଭବପର ହୋଇପାରୁଛି | ଯଦିଓ ବିଶେଷଜ୍ଞମାନେ ବର୍ତ୍ତମାନ ଅନୁଭବ କରୁଛନ୍ତି ଯେ ଏହାର ଗ୍ରହଣୀୟତା ଯୋଗୁଁ  ଏ କ୍ଷେତ୍ରରେ ସୃଜନଶୀଳତା ଓ ଆଧୁନିକିକରଣର  ବହୁ ସୁବିଧା ସୁଯୋଗ ଅଛି | |

ଏହା ଠିକିରି ଏବଂ ମାଳିକୁ ନେଇ ସଜ୍ଜିତ କରାଯାଏ ଯାହା କି ଆକର୍ଷଣୀୟ ଦେଖାଯାଏ | ଏହି ପ୍ରକାର ସୁନ୍ଦର ଏମ୍ରୋଡୋରି ଗୋଟିଏ କାଠ ତିଆରି ଫ୍ରେମରେ କରାଯାଏ | ଏକ ଲଂବା ଛୁଞ୍ଚି, ସୂତା, ଠିକିରି ଏବଂ ମାଳିକୁ ନେଇ ବସ୍ତ୍ର ଉପରେ ଏହି କାର୍ଯ୍ୟ କରାଯାଏ | ସାଧାରଣତଃ ଦେଢଫୂଟ ଉଚ୍ଚତାର ଏକ କାଠ ଫ୍ରେମ ଏଥିପାଇଁ ଦରକାର ହୁଏ | ଯେଉଁବସ୍ତ୍ରରେ ଆଗରୁ ସଂକ୍ଷିପ୍ତ ରୂପରେଖ ଷ୍ଟେନସିଲରେ ଅଙ୍କା ଯାଇଥିବ, ତାହାକୁ ଏହି ଫ୍ରେମରେ ଟଙ୍ଗାଇ ଦିଆଯିବ | ଗୋଟିଏ ହାତରେ ବସ୍ତ୍ରତଳେ ଗୃହରେ ସୂତା ଧରିଥିବା ବେଳେ ଅନ୍ୟ ହାତ ସାହାଯ୍ୟରେ ଛୁଞ୍ଚିଟିକୁ ବସ୍ତ୍ର ଉପରକୁ ଟାଣି ଆଣିବା ସହଜ ହୋଇଥାଏ | ସଜ୍ଜିତ କରିବା ପାଇଁ ଥିବା ଠିକିରି ଏବଂ ମାଳିକୁ ବସ୍ତ୍ର ସହିତ ଛୁଞ୍ଚିରେ ସିଲେଇ କରାଯାଏ |

ଅନ୍ୟଏକ ସୁନ୍ଦର ଏମ୍ରୋଡୋରି ଦେଖିବାକୁ ମିଳେ ଯାହା ଜାଲି ସୁନ୍ଦର ଏମ୍ରୋଡୋରି ନାମର ପରିଚିତ | ଏଥିରେ ଜ୍ୟାମିତିକ ବା ଫୁଲ ଆକୃତିର ସୁନ୍ଦର ସୂଚୀଶିଳ୍ପ କରିବା ନିମିତ୍ତ ବସ୍ତ୍ରକୁ ମୋଡି ଭରଣି ସୂତାକୁ ବୋତାମ ଘରା ବା କାଜରେ ସିଲେଇ କରାଯାଏ | ଏହି ପ୍ରକାରର ସୁନ୍ଦର ଏମ୍ରୋଡୋରିର ଚାହିଦା ବହୁ ପରିମାଣରେ ବୃଦ୍ଧି ପାଉଛି | ସାଧାରଣତଃ ଏହା ଘରକରଣା ଜିନିଷ ଯଥା ପର୍ଦା, ବେଡସିଟ, ଚୌକି ବା ସୋଫାର ଖୋଳ ଏବଂ ପିନ୍ଧିବା ଉପକରଣ ପାଇଁ ପ୍ରଯୁଜ୍ୟ |

କଞ୍ଚାମାଲ :-

ଗୋଟିଏ ବଡ ଛୁଞ୍ଚି, ସୂତା,ଠିକିରି ଏବଂ ମାଳୀକୁ ନେଇ ବସ୍ତ୍ର ଉପରେ ସୁନ୍ଦର ଏମ୍ରୋଡୋରି କରାଯାଏ | ଏଥିପାଇଁ ମଧ୍ୟମ ଆକାରର ଫ୍ରେମ ବ୍ୟବହାର କରାଯାଏ | ଏହାର ଉଚ୍ଚତା ପ୍ରାୟ ଦେଢ ଫୁଟ ହୋଇଥାଏ | ଆଗରୁ ବସ୍ତ୍ର ଉପରେ ସଂକ୍ଷିପ୍ତ ରୂପରେଖ ଷ୍ଟେନ୍‍ସିଲରେ ଅଙ୍କନ କରି ଏହି କାଠ ଫ୍ରେମରେ ଟାଙ୍ଗି ଦିଆଯାଏ | ଗୋଟିଏ ହାତ ବସ୍ତ୍ରତଳେ ସୂତାକୁ ଛୁଞ୍ଚିସହ ସୁରକ୍ଷିତ ରଖିବା ବେଳେ ଅନ୍ୟହାତ ଛୁଞ୍ଚିଟିକୁ ସହଜରେ ବସ୍ତ୍ର ଉପରୁ ଫୋଡିବାକୁ ସୁବିଧା ହୁଏ |

ପ୍ରକ୍ରିୟା :-

ଯେହେତୁ ସୁନ୍ଦର ଏମ୍ରୋଡୋରି ଏପରି ବୃତ୍ତିଘଟିତ କଳାକୁ ପ୍ରକ୍ରିୟା ଅନୁସରଣ କରିପାରେ ନାହିଁ, କିନ୍ତୁ ଏହାଏକ ଛୋଟ ଏପରି ପଦ୍ଧତି ଅଟେ ଯାହା ନିମ୍ନରେ ବର୍ଣ୍ଣନା କରଗଲା |

1. ଖାକା ପରି କଳାର ପ୍ରଧାନ ଅଙ୍ଗ ନକଲ କରିବାର ପର୍ଦା ଉପରେ ତିଆରି କରାଯାଏ | ଏହାଦ୍ୱାରା ଯଥାନୁପାତିକ ଚିହ୍ନର ସମାନତା ରୁହେ |

2. ସୁନ୍ଦର ଏମ୍ରୋଡୋରି ପାଇଁ କଳାର ପ୍ରଧାନ ଅଙ୍ଗକୁ ବସ୍ତ୍ର ଉପରେ ଚିହ୍ନିତ କରିବା ପଦାର୍ଥ ସାହାଯ୍ୟରେ ଅଙ୍କନ କରାଯାଏ |

3. ବର୍ତ୍ତମାନ ସବୁ ପାର୍ଶ୍ୱରୁ ଶକ୍ତ କରି ଟଣାଯାଇ କାଠ ଫ୍ରେମରେ ବନ୍ଧାଯାଏ | (ଶାଢି ଏବଂ ପୋଷାକ ପତ୍ର) | (ଏହି କାର୍ଯ୍ୟ ବିନା ଫ୍ରେମରେ ମଧ୍ୟ କରିବା ସମ୍ଭବ)

4. ଫ୍ରେମ ସାହାଯ୍ୟରେ ଅତି ସହଜ ଭାବରେ ସୁନ୍ଦର ଏମ୍ରୋଡୋରି କରିହେବ | କାରଣ ଏହା ବସ୍ତ୍ରର ସଂପ୍ରସାରଣକୁ କମାଇଦିଏ ଏବଂ ବସ୍ତ୍ର କୁଞ୍ଚିତ ହୁଏନାହିଁ |

5. ବିଭିନ୍ନ ପ୍ରକାର ସିଲେଇ ଯଥା (ପିକୋ, କଚ୍ଛୋ, ସୁଫ, ରାବରି ଏବଂ ଖାରେକ) କରି ଇଚ୍ଛାମୁତାବକ କଳାର ପ୍ରଧାନ ଅଙ୍ଗ ମିଳିଥାଏ | ତେଣୁ ଉପରୋକ୍ତ ସିଲେଇ ମାଧ୍ୟମରେ ନିଖୁଣ ଭାବେ ସୁନ୍ଦର ଏମ୍ରୋଡୋରି କରାଯାଇଥାଏ |

6. ଏହାର ଫଳାଫଳ ବହୁବିଧ ଏବଂ ଏହା କରିବା ଅତି ସହଜସାଧ୍ୟ |

ବସ୍ତ୍ରକୁ (ଶାଢି ଏବଂ ପୋଷାକ ପରିଚ୍ଛଦ) କାଠ ଫ୍ରେମରେ ଶକ୍ତଭାବେ ବାନ୍ଧନ୍ତୁ | (ଏହା ବିନା ଫ୍ରେମ ରେ ମଧ୍ୟ କରିହେବ), ଏହା ଡିଜ୍ଜାଇନ ଅନୁସାରେ ପର୍ଦା ଉପରେ ତିଆରି କରାଯାଏ | ଖାକା ପରି ଏଥିରେ ଏକ ଟ୍ରେସିଂ ସ୍କ୍ରିନ ବା ସ୍ୱଛ ପରଦାରେ ଚିହ୍ନ ଦେଇ ଅଙ୍କନ କରାଯାଇଥାଏ| ଏହା ଫଳ ରେ ଯଥାନୁପାତିକ ଚିହ୍ନର ଅଭିନ୍ନତା ଅକ୍ଷୁର୍ଣ୍ଣ ରୁହେ| କଳାର ପ୍ରଧାନ ଅଙ୍ଗକୁ ବସ୍ତ୍ର ଉପରେ ଚିହ୍ନିତ କରିବା ପାଇଁ ଏକ ତରଳ ପଦାର୍ଥର (କିରୋସିନ ବା ଠାଲି ଗୁଣ୍ଡ)ବ୍ୟବହାର କରାଯାଏ| ଆବଶ୍ୟକ ମୁତାବକ ନିଖୁଣ ଭାବେ କଳାର ପ୍ରଧାନ ଅଙ୍ଗ ପାଇବାପାଇଁ ବିଭିନ୍ନ ପ୍ରକାର ସିଲେଇ ମାଧ୍ୟମରେ ସୁନ୍ଦର ଏମ୍ରୋଡୋରି କରାଯାଏ |

ବସ୍ତ୍ର ଉପରେ ବୋତାମ ଘର ସିଲେଇ ମାଧ୍ୟମରେ ଅତି ଛୋଟଛୋଟ ଗୋଲାକାର ଦର୍ପଣ ଖଣ୍ଡକୁ ସିଲେଇ କରିବା ସୁନ୍ଦର ସୂଚୀଶିଳ୍ପର ଅନ୍ୟ ଏକ ନମୁନା ଅଟେ | ହାତରେ ବାହ୍ୟ ରୁପରେଖ ପ୍ରସ୍ତୁତ କରାଯାଏ | ମତ୍ସ କଣ୍ଟା  ଦ୍ୱାରା ସିଲ୍‍କ ସୂତାରେ ନିଖୁଣ ଭାବରେ ଏହା ସିଲେଇ କରାଯାଏ | ଅତି ଗାଢ ପୃଷ୍ଠତଳରେ ଫୁଲ, ଲତା ଇତ୍ଯାଦିର ଚିତ୍ର ମଧ୍ୟ ସିଲେଇ ମାଧ୍ୟମରେ ଅଙ୍କନ କରାଯାଏ |

କୌଶଳ :-

ବିଭିନ୍ନ ସ୍ଥାନ ଏବଂ ସଂପ୍ରଦାୟରେ ଏହି କଳା କୌଶଳର ଭିନ୍ନତା ପରିଲକ୍ଷିତ ହୁଏ | ସୁନ୍ଦର ଏମ୍ରୋଡୋରିର ସଜ୍ଞା ଏହି ଯେ ସୂଚି ଦ୍ୱାରା ବସ୍ତ୍ର ଉପରେ ନିଖୁଣ ଭାବରେ ସଜ୍ଜିତ କରିବାର କଳା | ସୌଖିନ ଭାବେ ଗୋଟିଏ ଛୁଞ୍ଚି ଓ ସୂତା ସାହାଯ୍ୟରେ ବସ୍ତ୍ରକୁ ଶୋଭିତ କରିବାର କଳାକୁ ସୁନ୍ଦର ଏମ୍ରୋଡୋରି ବୋଲି ଅଭିହିତ କରାଯାଏ | ହାତ ଏବଂ ଯନ୍ତ୍ର ସାହାଯ୍ୟରେ ସୁନ୍ଦର ସୂଚୀଶିଳ୍ପର ପଦ୍ଧତି ଏହାର ଅନ୍ତର୍ଭୁକ୍ତ  | ହାତରେ ପ୍ରସ୍ତୁତ କରାଯାଉଥିବା ସୁନ୍ଦର ଏମ୍ରୋଡୋରି ବ୍ୟୟ ବହୁଳ ଏବଂ ସମୟସାପେକ୍ଷ ମଧ୍ଯ | କିନ୍ତୁ ଏହି ହସ୍ତକଳା ସହ ଜଟିଳତା ଜଡିତ ଥିଲେ ମଧ୍ୟ ଏହା ଅତ୍ୟନ୍ତ ଲୋକପ୍ରିୟ |

ସୁନ୍ଦର ଏମ୍ରୋଡୋରି କାରିଗରଙ୍କର ମୌଳିକ କଳା କୌଶଳର ଉପଯୋଗ ନିମିତ୍ତ ମୌଳିକ ଆବଶ୍ୟକତା ମଧ୍ୟରେ ରହିଛି-

1. ଛକି ସିଲେଇ

2. କ୍ରିୱେଲ କାମ

3. କ୍ୱିଲଟିଙ୍ଗ

କିପରି ପହଞ୍ଚିବ :-

ଆକାଶ ମାର୍ଗ ଦ୍ୱାରା :-

ପୁରୀକୁ ଗମନା ଗମନ ଅତ୍ୟନ୍ତ ସୁବିଧାଜନକ | ଭୁବନେଶ୍ୱର ସ୍ଥିତ ବିଜୁ ପଟ୍ଟନାୟକ ବିମାନ ବନ୍ଦର ଏହାର ନିକଟତ୍ତମ ବିମାନ ବନ୍ଦର | ପୁରୀଠାରୁ ଏହାର ଦୂରତା ମାତ୍ର  60  କି.ମି |

ସ୍ଥଳପଥ ଦ୍ୱାରା :-

ସଡକ ପରିବହନ ମଧ୍ୟ କମ ଉପଯୋଗୀ ନୁହେଁ ଏବଂ  ଭାରତର ପ୍ରସିଦ୍ଧ ସହରଗୁଡିକ ପୁରୀ ସହ ସଯୁକ୍ତ ହୋଇଛି | ରାଜପଥରେ (ସଡକ) ଭୁବନେଶ୍ୱରରୁ ପୁରୀକୁ ଆସିବାକୁ  60 କିମି ଦୂରତ୍ୱ ଅତିକ୍ରମ କରିବାକୁ ପଡେ ଏବଂ ମୁଖ୍ୟ ବସଷ୍ଟାଣ୍ଡ ଗୁଣ୍ଡିଚା ମନ୍ଦିର ନିକଟରେ ଗ୍ରାଣ୍ଡ ରୋଡରେ ଅବସ୍ଥିତ | ଏହି ବସ ଷ୍ଟାଣ୍ଡରୁ ନିକଟବର୍ତ୍ତୀ ଅଞ୍ଚଳ ତଥା କୋଣାର୍କ ଓ ଭୁବନେଶ୍ୱରକୁ ନିୟମିତ ବସସେବା ଉପଲବ୍ଧ | ଏହି ରାସ୍ତାର ଉପଯୁକ୍ତ ରକ୍ଷଣାବେକ୍ଷଣ ଯୋଗୁଁ ଏହି ରାସ୍ତାରେ ପୁରୀକୁ ଯାତାୟତ କରିବା ଅତି ସୁବିଧାଜନକ ଓ ଆରାମ ଦାୟକ ହୋଇଥାଏ |

ରେଳପଥ  ଦ୍ୱାରା :-

ରେଳପଥରେ ସର୍ବଶେଷ ପ୍ରାନ୍ତ ପୁରୀ ରେଳଷ୍ଟେସନରୁ ଦ୍ରୁତଗାମୀ ଏବଂ ଏତ୍ୟନ୍ତ ଦ୍ରୁତଗାମୀ ଯାନ ଯୋଗେ ନୂଆ ମୁଂବାଇ, ଦିଲ୍ଲୀ, ଗୌହାଟି, ହାଇଦ୍ରାବାଦ, ଥିରୁବନନ୍ତପୁରମ, କୋଲକତା ଏବଂ ବୈଦ୍ୟନାଥ ଧାମ ସହ ସଂଯୋଗ ସ୍ଥାପନ କରୁଛି | ତିରୁପତି, ଓଖା ଏବଂ ଅହମ୍ମଦାବାଦ ସହ ରେଳପଥ ଯୋଗେ ପୁରୀର ଉତ୍ତମ ସଂଯୋଗ ରହିଛି | ପୁରୀ ରେଳଷ୍ଟେସନ ଦକ୍ଷିଣ-ପଶ୍ଚିମ ରେଳପଥର ଅନ୍ତର୍ଭୁକ୍ତ |








ଓଡିଶା     ଭୁବନେଶ୍ୱର     ଅର୍କଶ୍ରୀ