Ka jingiathuh bniah ia ki kynhun treikam
ଓଡିଶା     ଖୋର୍ଧା     ବାଲିପାଟଣା


ଏକ ଦଳକୁ ଭୌଗଳିକ ଏକାଗ୍ରତା (ଏକ ନଗର/ ସହର/ କିଛି ନିକଟବର୍ତ୍ତୀ ଗ୍ରାମ ଏବଂ ସେମାନଙ୍କର ମିଳିତ ଅଞ୍ଚଳ) ର ଏକକ ଉତ୍ପାଦନ କରୁଥିବା ପ୍ରାୟ ଏକାଭଳିଆ ଦ୍ରବ୍ୟ ଏବଂ ସମ୍ମୁଖୀନ ହେଉଥିବା ସାଧାରଣ ସୁଯୋଗ ଏବଂ ଭୟ ସହିତ ବର୍ଣ୍ଣନା କରାଯାଇଛି | ଏକ ନିପୁଣ ଦଳକୁ ଭୌଗଳିକ ଏକତ୍ରୀକରଣ (ପ୍ରାୟ ଗ୍ରାମ କିମ୍ୱା ସହର ମାନଙ୍କରେ) ଗୃହ ଜଡିତ ବ୍ୟାପାର ଗୁଡିକ ଉତ୍ପାଦନ କରୁଥିବା ହସ୍ତଶିଳ୍ପ ବା ହସ୍ତନିର୍ମିତ ଦ୍ରବ୍ୟ ଗୁଡିକ ସହିତ ବର୍ଣ୍ଣନା କରାଯାଇଛି | ଉଦାହରଣ ସ୍ୱରୁପ ଏହି ଉତ୍ପାଦକ ଗୁଡିକ ଗୋଟିଏ ପରମ୍ପରାଗତ ବୃତ୍ତିଗତ ଗୋଷ୍ଠୀର ଉତ୍ପାଦନ କରୁଥିବା ଦୀର୍ଘସ୍ଥାୟୀ ଦ୍ରବ୍ୟ ଗୁଡିକ ବିକାଶ ପାଇଁ ଶ୍ରେଣୀଭୁକ୍ତ ଅଟନ୍ତି | ବାସ୍ତବରେ ବହୁ ହସ୍ତଶିଳ୍ପୀମାନେ ଶତାବ୍ଦୀର ବୟସ୍କ ହସ୍ତଶିଳ୍ପୀ ଅଟନ୍ତି |


ବାଲିପାଟଣା ବିଷୟରେ :-


ବାଲିପାଟଣା ପୁଞ୍ଜ ଓଡିଶା ରାଜ୍ୟର ପୁରୀ ଜିଲ୍ଲାରେ ରହିଛି |

 

ବାଲିପାଟଣା ପୁଞ୍ଜ 178 ଜଣରୁ ଅଧିକ କାରିଗର ଏବଂ 13 ଟି ସ୍ୱୟଂ ସହାୟକ ଗୋଷ୍ଠୀ ସକ୍ଷମ କାର୍ଯ୍ୟକାରୀ ଦଳକୁ ନେଇ କାର୍ଯ୍ୟରତ | ଏମାନଙ୍କ ମିଳିତ ଉଦ୍ଯମ ଦିନକୁ


 

ଘାସ, ପତ୍ର, ନଳ ଓ ଝୋଟ :-

 

ଅନ୍ୟାନ୍ୟ ରାଜ୍ୟ ଭଳି ଓଡିଶା ମଧ୍ୟ ବହୁଳ ମାତ୍ରାରେ ଘାସପତ୍ର ଜାତୀୟ ପଦାର୍ଥ ଉତ୍ପାଦନ କରେ | ଏହି କଳାଟି ସମ୍ପୂର୍ଣ୍ଣରୂପେ ପ୍ରକୃତିରୁ ଆସିଛି, ଏବଂ ଏହା ରସାୟନିକ  ପଦାର୍ଥରୁ ମୁକ୍ତ ଓ ପରିବେଶ ପ୍ରତି ଅନୁକୂଳ | ବାଉଁଶର ଉଚ୍ଚପ୍ରସାରଣକ୍ଷମ କ୍ଷମତା ଓ ଯେ କୌଣସି ଆକାର ଦେଇ ସହଜରେ ଗଢିବା ଲକ୍ଷଣ ଏହାକୁ ସ୍ଥାପତ୍ୟ ପ୍ରଣାଳୀ ସମ୍ଵନ୍ଧୀୟ ବ୍ୟବହାର ପାଇଁ ଅଧିକ ଲୋକପ୍ରିୟ କରାଇ ପାରିଛି | ଏହି କାରିଗରମାନେ ବହୁପ୍ରକାରର ଗୃହୋପକରଣ ଯଥା: ଝୁଡି, କୁଲା, ବାଉଁଶିଆ, ଡାଲା, ଛାଞ୍ଚୁଣୀ ଇତ୍ୟାଦି ତିଆରି କରିଥାଂତି | ଆଉ ମଧ୍ୟ ସୌଖିନ ସାମଗ୍ରୀଗୁଡିକ ଯଥା ଆସବାବ ପତ୍ର ଓ ଥାକ ଗୁଡିକ ବେଶ୍ ଜନପ୍ରିୟ ହୋଇ ପାରିଛି | ବାଉଁଶର ଆଉ ଏକ ବିଶେଷ ଗୁଣ ହେଉଛି ଏହା ଅଧିକ ମରାମତି ଆବଶ୍ୟକ କରେନାହିଁ | ବର୍ଷକୁ ଥରେ ରଙ୍ଗ କରିଦେଲେ ଏହାର ଦୀର୍ଘକାଳ ପାଇଁ ଯଥେଷ୍ଟ ହୋଇଥାଏକୋମଳ ତାଳପତ୍ରଗୁଡିକରୁ ରୁଅ କଢାଯାଇ ସେଗୁଡିକୁ ଖରାରେ ଶୁଖାଇ ବ୍ୟାଗ, ଖାଦ୍ୟ ସାଇତିବା ପାଇଁ ଉପକରଣ ଏବଂ ୩୭ରୁ ୫୬ଟି ପର୍ଯ୍ୟନ୍ତ ଭାଙ୍ଗଥିବା ଫଳକରେ

 

ଆକର୍ଷଣୀୟ ଭାଙ୍ଗି ହେଉଥିବା ବିଞ୍ଚଣା ପ୍ରସ୍ତୁତ ହୋଇଥାଏ | ଫଳକଗୁଡିକୁ ତଂବାତାରରେ କଣା କରାଯାଇ ଏକାଠି ବନ୍ଧାଯାଏ ଏବଂ ବିଞ୍ଚଣା ଭଳି ବିଛେଇ ହେଲାଭଳି ଏହାକୁ ଏକାଠି ସିଲେଇ କରାଯାଇଥାଏ | ଫଳକ ଗୁଡିକରେ ପୁଷ୍ପ ଲତା ଇତ୍ୟାଦି ଆଙ୍କି ଏହାକୁ ଆକର୍ଷଣୀୟ ରୂପ ଦିଆଯାଇଥାଏ| ବର୍ତ୍ତମାନ ତାଳପତ୍ର ଓ କାଣ୍ଡ ଗୁଡିକୁ ବୁଣିବା ଦକ୍ଷିଣ କେରଳରେ ଏକ ବିକାଶୋନ୍ମୁଖୀ ଶିଳ୍ପ,ସେଠାରେ ବ୍ୟାଗ, ଟୋପି ଓ ସୁଟ୍‍କେଶ ଆଦି ଉଭୟ ଭାରତୀୟ ଓ ଆନ୍ତର୍ଜାତୀୟ ବଜାରରେ ବିକ୍ରୀ ପାଇଁ ପ୍ରସ୍ତୁତ ହୋଇଥାଏ | ନଳ ହେଉଛି ଗୋଟିଏ ଦୃଢ କାଣ୍ଡ ସମ୍ପନ୍ନ ଘାସଜାତୀୟ ଗଛ, ଯାହାର ଗୋଟିଏ ପୋଲା କାଣ୍ଡ ଥିବାରୁ ଏହା ବାଉଁଶ ଭଳି ଦେଖାଯାଏ | ଏହା ଏକ କଠିନ ବସ୍ତୁ ଏବଂ ନଳ ମଶିଣାଗୁଡିକ କୋଠା ଓ ଛାତର କାନ୍ଥ ରୂପେ ବ୍ୟବହୃତ ହୁଏ|  ନଳଗୁଡିକୁ ମସିଣା ତନ୍ତରେ ବୁଣିବା ପୂର୍ବରୁ ଫାଳ କରି ଚଞ୍ଛା ଯାଇଥାଏ ସମାନ୍ତରାଳ ଭାବେ ମସିଣା  ପାଇଁ ବୁଣିବା ପୂର୍ବରୁ ଏହାକୁ ସର୍ବପ୍ରଥମେ ତୀର୍ଯ୍ୟକ ଭାବରେ ଗୋଟିଏ କଣରୁ  ବୁଣାଯାଇ ପ୍ରସ୍ତୁତ ହୋଇଥାଏ | ଲଂବା ପଟିକୁ ମଝିରୁ ଚଉତାଯାଏ ଏବଂ ପଟିଟିକୁ ପରସ୍ପର ଛେଦନ କଲାପରି(କଣୁଆ)  ଭର୍ତ୍ତି କରାଯାଏ ଓ ଚଉତାଯାଏ ଏବଂ ପୁନଶ୍ଚ ପରବର୍ତ୍ତୀ ପଟିଟିକୁ ଛେଦିତ ଆକାରରେ ଭର୍ତ୍ତି କରାଯାଇଥାଏ, ଏପରି ଭାବରେ କାମଟି ଚାଲେ | ଭଙ୍ଗା ଯାଇଥିବା ପଟିର ଭାଙ୍ଗରେଖା ଗୁଡିକ ମସିଣାର ଧାର ରୂପେ ବ୍ୟବହୃତ ହୁଏ | ନଳଗୁଡିକ ମଧ୍ୟ ଅତ୍ୟନ୍ତ ଶକ୍ତ ଝୁଡି ପ୍ରସ୍ତୁତ ହେବାରେ ବ୍ୟବହୃତ ହୁଏ |

 

କଞ୍ଚାମାଲ :-

 

ତାମିଲନାଡୁର ଗ୍ରାମଗୁଡିକ ବହୁସଂଖ୍ଯକ ତାଳ, ନଡିଆ, ଖଜୁରୀ ଓ ତାଳ ଜାତୀୟ ବୃକ୍ଷ ଇତ୍ୟାଦିରେ ପରିପୂର୍ଣ| ଝୁଡି ଓ ଏହି ଜାତୀୟ ସାମଗ୍ରୀ ତିଆରି ପାଇଁ କଞ୍ଚାମାଲର ମୁଖ୍ୟ ଉତ୍ସ  ହେଉଛି ତାଳ ଗଛ | ଅନ୍ୟାନ୍ୟ କଞ୍ଚାମାଲ ଯଥା : ବାଉଁଶ, ବେତ, ଘାସ, ଝୋଟ ଓ ନଳ ଇତ୍ୟାଦି ମଧ୍ଯ  ବିଭିନ୍ନପ୍ରକାରର ଝୁଡି, ଛପର, ଦଉଡି, ମସିଣା ଓ ଅନ୍ୟାନ୍ୟ ଜିନିଷ ତିଆରି କରିବାରେ ବ୍ୟବହୃତ ହୁଏ |

 

ପ୍ରକ୍ରିୟା :-

 

ଝୋଟ ତନ୍ତୁଗୁଡିକ ଝୋଟ ଗଛର କାଣ୍ଡ ଏବଂ ବାହ୍ୟ ଛେଲିରୁ ଆସିଥାଏ | ତନ୍ତୁଗୁଡିକ ପ୍ରଥମେ ରେଟିଂ ପଦ୍ଧତି ଦ୍ୱାରା ଟଣା ଯାଇଥାଏ | ରେଟିଂ ପ୍ରଣାଳୀରେ ଝୋଟର କାଣ୍ଡଗୁଡିକୁ ଏକାଠି ବିଡା ବାନ୍ଧି ଗଭୀର ଗତିଶୀଳ ଜଳରେ ବୁଡାଇ ରଖାଯାଏ | ଦୁଇ ପ୍ରକାରର ରେଟିଂ ମଧ୍ୟରେ ରହିଛି କାଣ୍ଡ ଓ ଫିତା | ରେଟିଂ ପ୍ରଣାଳୀ ପରେ ହଲାରିବା ଆରମ୍ଭହୁଏ | ମହିଳା ଓ ପିଲାମାନେ ସାଧାରଣତଃ ଏହି କାମକୁ କରିଥାନ୍ତି | ହଲାରିବା ପ୍ରଣାଳୀରେ ତନ୍ତୁରହିତ ବସ୍ତୁଗୁଡିକୁ ବାହାର କରିଦିଆଯାଏ | ତାପରେ ଶ୍ରମିକମାନେ ଝୋଟକାଣ୍ଡ ଭିତରୁ ଟାଣି ତନ୍ତୁଗୁଡିକୁ ଏକାଠି କରନ୍ତି | ଝୋଟ ବ୍ୟାଗଗୁଡିକ ବିଭିନ୍ନ ସୌଖୀନ ବ୍ୟାଗ ଏବଂ  ପରିବେଶ ପ୍ରତି ସଚେତନତା ଉଦ୍ଦେଶ୍ଯରେ ବ୍ଯାଗ ଆଦି ତିଆରି ପାଇଁ ବ୍ୟବହୃତ ହୋଇଥାଏ | ପରିବେଶ ପ୍ରତି ଅନୁକୂଳ ହୋଇଥିବାରୁ ଝୋଟରୁ ପ୍ରସ୍ତୁତ ସାମଗ୍ରୀ ଏକ ଆଦର୍ଶ କର୍ପୋରେଟ ଉପହାର ଭାବେ ଗ୍ରହଣୀୟ ହୋଇପାରିଛି |

 

ଚଟାଣରେ ବିଛାଯାଉଥିବା ସୁନ୍ଦର ଗାଲିଚା ସାଧାରଣତଃ ଝୋଟରୁ ବୁଣାଯାଏ | 5/6 ମିଟର ଓସାର ଓ କ୍ରମାଗତ ବିଭିନ୍ନ ଦୈର୍ଘ୍ଯବିଶିଷ୍ଟ ଝୋଟ, ପଟି ଓ ମସିଣାଗୁଡିକ ଖୁବ୍‍ ସହଜରେ ଦକ୍ଷିଣଭାରତରେ ବୁଣାଯାଇଥାଏ ଦୃଢ ଓ ଅପୂର୍ବ ଭାବରେ ବିଭିନ୍ନ ପ୍ରକାରରରଙ୍ଗର ଗାଢ ଓ ଆଧୁନିକ ରୁଚି ଅନୁସାରେ  ବିଭିନ୍ନ ରକମର ଯଥା :- ବୋଇକଲ୍‍, ପାନାମହେରିଙ୍ଗବୋନ , ଇତ୍ୟାଦି ବୁଣାଯାଇ ପାରୁଛି | ଝୋଟ ମସିଣା ଓ ଗାଲିଚାଗୁଡିକ ଭାରତର କେରଳରେ ଉଭୟ ହସ୍ତତନ୍ତ ଓ ମେସିନ ତନ୍ତ ଦ୍ୱାରା ବହୁଳ ମାତ୍ରାରେ ପ୍ରସ୍ତୁତ ହୋଇପାରୁଛି | ପାରମ୍ପରିକ ସତରଞ୍ଜି ମସିଣା ଘର ସଜାଇବା କ୍ଷେତ୍ରରେ ବହୁତ ଲୋକପ୍ରିୟ ହୋଇପାରିଛି | ବୁଣା ହୋଇ ନ ଥିବା ଝୋଟ ଓ ସଂଗୃହିତ ପଦାର୍ଥ ଗୁଡିକ ଗାଲିଚା ତଳେ ଲଗାଇବାରେ, କ୍ୟାନଭାସ ପ୍ରଲେପ ଆଦି ବିଭିନ୍ନ କ୍ଷେତ୍ରରେ ବ୍ୟବହୃତ ହୁଏ | ତେଣୁ ଝୋଟ ମଞ୍ଜି ଠାରୁ ଆରମ୍ଭ କରି ଅଦରକାରୀ ତନ୍ତୁ ପର୍ଯ୍ୟନ୍ତ ପ୍ରତ୍ୟେକ ଅଂଶ, ପରିବେଶ ପ୍ରତି ଅନୁକୂଳ, ଏପରି କି ବ୍ଯବହୃତ ତନ୍ତୁକୁ ମଧ୍ଯ ପୁନଃ ପ୍ରକ୍ରିୟା କରଣ ଦ୍ୱାର ଏକାଧିକ ବାର ବ୍ଯବହାର କରାଯାଇପାରେ  |

 

ପ୍ରକୃତ ଆଭିମୁଖ୍ୟ ହେଉଛି କୌଶଳର ଅଧୁନିକକରଣର ପ୍ରଚଳନ କରାଇବା ଏବଂ କାରିଗରମାନଙ୍କର ଦକ୍ଷତା ବଢାଇ ତାଙ୍କୁ ଉତ୍ପାଦନ ଓ ରୋଜଗାରକୁ ବଢାଇବାରେ ସକ୍ଷମ କରିବା ସହିତ ଅତିକମରେ ଜୀବନର ମୌଳିକ ଆବଶ୍ଯକତାଗୁଡିକୁ ମେଣ୍ଟାଇବା ପାଇଁ ସମର୍ଥ କରିବା ଏବଂ କିଛି ସମୟ ମଧ୍ଯରେ  ଦାରିଦ୍ର୍ୟର କରାଳ ଚକ୍ରରୁ ଉଦ୍ଧାର କରିବା|


କୌଶଳ :-

 

ପ୍ରକୃତ ଆଭିମୁଖ୍ୟ ହେଉଛି କୌଶଳର ଅଧୁନିକକରଣର ପ୍ରଚଳନ କରାଇବା ଏବଂ କାରିଗରମାନଙ୍କର ଦକ୍ଷତା ବଢାଇ ତାଙ୍କୁ ଉତ୍ପାଦନ ରୋଜଗାରକୁ ବଢାଇବାରେ ସକ୍ଷମ କରିବା ସହିତ ଅତିକମରେ ଜୀବନର ମୌଳିକ ଆବଶ୍ଯକତାଗୁଡିକୁ ମେଣ୍ଟାଇବା ପାଇଁ ସମର୍ଥ କରିବା ଏବଂ କିଛି ସମୟ ମଧ୍ଯରେ  ଦାରିଦ୍ର୍ୟର କରାଳ ଚକ୍ରରୁ ଉଦ୍ଧାର କରିବା|


କିପରି ପହଞ୍ଚିବ :-

 

ଆକାଶ ମାର୍ଗ ଦ୍ାରା :-

 

ଭୁବନେଶ୍ ହେଉଛି ନିକଟତମ ବିମାନଘାଟି ଯାହାର ଦୂରତା 30 କି:ମି|

 

ସ୍ଥଳପଥ ଦ୍ାରା :-

 

 

ଖୋର୍ଧା ଏନ.ଏଚ. ରେ ଅବସ୍ଥିତ | ଭୂବନେଶ୍ ଖୋର୍ଧାଠାରୁ ରାଜ୍ୟର ପ୍ରମୁଖ ସହରଗୁଡିକୁ ନିୟମିତ ବସ୍ସେବା ରହିଛି |

 

ରେଳପଥ  ଦ୍ାରା :-

 

ଖୋର୍ଧା ରୋଡ ହେଉଛି ନିକଟତମ ରେଳବାଇ ଜଙ୍କସନ ଯାହାକି 12  କି:ମି ଦୂରତାରେ ଅବସ୍ଥିତ | ଭୁବନେଶ୍ ରେଳବାଇ ଷ୍ଟେସନ 30 କି:ମି ଦୂରରେ ଅବସ୍ଥିତ|




Ka jingiathuh bniah ia ki seng pyntreikam



ଓଡିଶା     ଖୋର୍ଧା     ଦରବାର ସାହିତ୍ୟ ସଂସଦ